ଵାଣିଜ୍ୟ

ଲଞ୍ଚ ହେଲା ଭାରତ ସ୍କାନର ଆପ୍

(ଅରୁଣ ସାହୁ/ମହାଭାରତ): ଚାଇନିଜ ଆପଗୁଡିକୁ ଭାରତ ସରକାର ନିଷିଦ୍ଧ ଘୋଷଣା କରିବା ପରେ ଆଜି ଭାରତୀୟ ୟୁଜର୍ସଙ୍କ ପାଇଁ ଏବେ ସ୍ୱଦେଶୀ ଆପ ଲଞ୍ଚ ହୋଇଛି । ଚାଇନାର କ୍ୟାମ ସ୍କାନର ଭଳି ସ୍ୱଦେଶୀ ଆପ ଭାରତ ସ୍କାନର ଲଞ୍ଚ ହୋଇଛି । ଏହି ଆପକୁ ବ୍ୟବହାର କରି ୟୁଜର୍ସମାନେ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜକୁ ସ୍କାନ କରିପାରିବେ । ଏହାଛଡା ଏହି ଆପ ସାହାଯ୍ୟରେ ଅନେକ ଫାଇଲକୁ ପିଡିଏଫରେ ମଧ୍ୟ କନଭର୍ଟ କରାଯାଇପାରୁଛି । ଏଥିରେ ଥିବା ଏହି ଆପରେ ୟୁଜର୍ସଙ୍କ ତଥ୍ୟ ସଂପୂର୍ଣ୍ଣ ସୁରକ୍ଷିତ ରହିବ ବୋଲି ଭାରତ ସ୍କାନରର ଆଧିକାରୀକ ୱେବସାଇଟରେ କୁହାଯାଇଛି । । ଏହି ଆପଟି ମାଗଣାରେ ଗୁଗୁଲ ପ୍ଲେଷ୍ଟୋରରେ ଉପଲବ୍ଧ ଥିବା ବେଳେ ବ୍ୟବହାରକାରୀଙ୍କ ତଥ୍ୟ ଓ ଗୋପନୀୟତା ସୁରକ୍ଷା ପାଇଁ ଏଥିରେ ଆଡଭାନ୍ସ ଫିଚର ରହିଛି ।

Related posts

୫୦ ଟଙ୍କା ବଢ଼ିଲା ଏଲପିଜି ସିଲିଣ୍ଡର ଦର

mahabharatanews

ରାଜ୍ୟରେ ପ୍ରତିଷ୍ଠା ହେବ ୧୨ଟି ଇସ୍ପାତ କାରଖାନା

mahabharatanews

ଭାରତରେ ବର୍ଷା ସଙ୍କଟ

mahabharatanews