ଓଡିଶା

‘ଆନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀ ହେବ ପ୍ରସିଦ୍ଧ ଭୀମକୁଣ୍ଡ ‘: 5-ଟି ସଚିବ

(କେଉଁଝର) : ‘ଆନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀ ହେବ ପ୍ରସିଦ୍ଧ ଭୀମକୁଣ୍ଡ ଏଭଳି କିଛି ପ୍ରତିଶୃତି ଦେଇଛନ୍ତି  5-ଟି ସଚିବ ଭି.କେ ପାଣ୍ଡିଆନ୍ । ତେବେ ବର୍ତ୍ତମାନ ସେ କେନ୍ଦୁଝର ଗସ୍ତରେ ଅଛନ୍ତି । ଏହି ସମୟରେ ସେ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲି ଦେଖିବା ସହ ଏହାର ସର୍ବାଙ୍ଗୀନ ଉନ୍ନତି ନେଇ ଆଲୋଚନା କରିଛନ୍ତି  । କେନ୍ଦୁଝରର ପ୍ରସିଦ୍ଧ ଭୀମକୁଣ୍ଡ ଆନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀ ହେବ ସ୍ୱଷ୍ଟ କରିଛନ୍ତି । ପାଟଣାର ବିଭିନ୍ନ ମନ୍ଦିର ପାଇବ ନୂଆ ରୂପ ।  ଭୀମକୁଣ୍ଡ ପର୍ଯ୍ୟଟନ ସ୍ଥଳୀ ବୁଲି ଦେଖିବା ସହ ଏହାର ବିକାଶ ଏବଂ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଥିଲେ ।

ସୂଚନାନୁଯାୟୀ ,   ମିଶନ ଶକ୍ତି ମହିଳାଙ୍କ କାମକୁ ପ୍ରଶଂସା କଲେ । ଟ୍ରାଫିକ ସମସ୍ୟା ଶୀଘ୍ର ଦୂର ହେବ । ନଭେମ୍ବର ଡିସେମ୍ବର ସୁଦ୍ଧା ଫ୍ଲାଏଓଭର କାମ ସରିବ । ବଡ଼ବିଲ ରିଙ୍ଗରୋଡ୍ କାମ ପାଇଁ ୧୪  ଶହ କୋଟିରୁ ଅଧିକ ଖର୍ଚ୍ଚ ହେବ । ସେପଟେ ମଧୁବାବୁ ପେନସନ୍ ଯୋଜନାରେ ଭତ୍ତା ପାଉଥିବା ଲୋକ ଆଉ ବ୍ୟାଙ୍କ ଯିବାକୁ ପଡ଼ିବନି, ବରଂ ପଞ୍ଚାୟତସ୍ତରରେ ଭତ୍ତା ପାଇବା ବ୍ୟବସ୍ଥା ହୋଇଛି ବୋଲି କହିଛନ୍ତି ଭି.କେ ପାଣ୍ଡିଆନ୍ ।

Related posts

ଚନ୍ଦ୍ରଭାଗାରେ ବିଚିତ୍ର ଫାଉଣ୍ଡେସନର ସଫେଇ କାର୍ଯ୍ୟକ୍ରମ

mahabharatanews

ମାଙ୍କୁ ମେଲାଣି,ଚଳଚଞ୍ଚଳ ରାଜଧାନୀ

mahabharatanews

ଗୋବିନ୍ଦପୁର ଗାଁରେ ସତ୍ୟ ସେବକ ଯୁବ ସଙ୍ଘର ବୃକ୍ଷ ରୋପଣ

mahabharatanews