ଓଡିଶା

ଭୁବନେଶ୍ୱରରୁ ଆଉ ୧୯୦ କରୋନା ପଜିଟିଭ ଚିହ୍ନଟ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜଧାନୀ ଭୁବନେଶ୍ୱରରୁ ଆଜି ୧୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୩୮ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୫୨ ଜଣ ଲୋକାଲ କେସ । ଏନେଇ ଭୁବନେଶ୍ୱର ମହାନଗର ନିଗମ ଟୁଇଟ୍ କରି ସୂଚନା ଦେଇଛି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ୨୭୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଭିତରୁ ୧୯୦ ଜଣ ବିଏମସି ଅଞ୍ଚଳରୁ ଅଛନ୍ତି । ବିଏମସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ସଂକ୍ରମଣଙ୍କ ମଧ୍ୟରୁ କପିଳେଶ୍ୱର କଞ୍ଚାସାହିରୁ ୨୧ ଜଣ ଆକ୍ରାନ୍ତ ଅଛନ୍ତି। ସେହିଭଳି ବରମୁଣ୍ଡା ବେହେରା ସାହିରୁ ୭ ଜଣ, ବମିଖାଲ ଗାୟତ୍ରୀ ଏନକ୍ଲେଭରୁ ୬ ଜଣ ଓ ୟୁନିଟ-୧ ମାକେର୍ଟ ନିକଟ, ଆଇଆରସି ଭିଲେଜରୁ ୫ ଜଣ ଲେଖାଏଁ, ଲକ୍ଷ୍ମୀସାଗର ଓ ୟୁନିଟ-୩ରୁ ୪ ଜଣ ଲେଖାଏଁ, ସୂର୍ୟ୍ୟନଗର, ନୟାପଲ୍ଲୀ ଏଲଆଇସି ଅଫିସ ଲେନ, ବରମୁଣ୍ଡା, ପଳାଶୁଣୀରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଶନିବାର ସୁଦ୍ଧା ଭୁବନେଶ୍ୱର ବିଏମସି ଅଞ୍ଚଳରୁ ସମୁଦାୟ ୩୭୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଭିତରୁ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୧୩୮୩ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ।

Related posts

ଭିଜିଲାନ୍ସ ଜାଲରେ ୨ କନିଷ୍ଠ କିରାଣି 

mahabharatanews

ଯଶିପୁର ମାହାର୍ଦ୍ଦାପଳସାରେ ଖଇରୀ ମହୋତ୍ସବ ଉଦଯାପିତ

mahabharatanews

ଟ୍ରାକ୍ଟର ଓଲଟି ୩ ଜଣଙ୍କ ମୃତ୍ୟୁ

mahabharatanews