ଓଡିଶା

ଯଶିପୁର ମାହାର୍ଦ୍ଦାପଳସାରେ ଖଇରୀ ମହୋତ୍ସବ ଉଦଯାପିତ

ଖଇରୀ :ଖଇରୀ ବିଂଶ ଶତାବ୍ଦୀର ଶେଷ ୮୦ ଦଶକରେ ଯଶିପୁର ତଥା ସାରା ବିଶ୍ବରେ ଚହଳ ସୃଷ୍ଟି କରିଥିଲା। ସେଇ ଖଇରୀକୁ ମନେ ପକାଇ ଏବର୍ଷ ମଧ୍ୟ ୩ୟ ଖଇରୀ ମହୋତ୍ସବ ପାଳିତ ହୋଇଯାଇଛି।ମୌସୁମୀ ଓ ଲଘୁଚାପ ବର୍ଷାର ବାଧାସତ୍ୱେ ପାଳିତ ଏହି ମହୋତ୍ସବରେ ବହୁସଂଖ୍ୟକ ଦର୍ଶକ ଉପସ୍ଥିତ ଥିଲେ। ଯଶିପୁର ବ୍ଲକ ଅନ୍ତର୍ଗତ ମାହାର୍ଦ୍ଦାପଳାସା ମିନି ଷ୍ଟାଡିୟମରେ ଆୟୋଜିତ ଏହି ମହୋତ୍ସବରେ ସଭାପତି ସରୋଜ ବେହେରାଙ୍କ ନେତୃତ୍ବ ନେଇଥିଲେ।ମୁଖ୍ଯ ଅତିଥି ରୂପେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଯୋଗଦେଇଥିଲେ । ଲଳିତ ମହାନ୍ତ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ।

ସମ୍ମାନିତ ଅତିଥି ରୂପେ ପୂର୍ବତନ ଲୋକସଭା ସାଂସଦ ଇଂ ରାମଚନ୍ଦ୍ର ହାଁସଦାଃ ଥିଲେ ।ଓଡିଶା ପୋଲିସର ଅତିରିକ୍ତ ଡିଏସପି ବ୍ରଜମୋହନ ନାଏକ ଥିଲେ । ଡେପୁଟି କମିଶନର ଯଶୋବନ୍ତ ସେଠୀ,ଜିଲ୍ଲା ପରିଷଦ ସଭ୍ୟା ମିନତୀ ନାଏକ,ବିଶିଷ୍ଟ ଲେଖକ ଆନ୍ତର୍ଜାତୀୟ ପ୍ରତିକା ଇଟର୍ନିଟିର ସଂପାଦକ ହରେକୃଷ୍ଣ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ଉପସ୍ଥିତ ସ୍ଥାନୀୟ ପ୍ରାୟ ୧୦ରୁ ଉର୍ଦ୍ଧ୍ବ ସ୍ବୟଂ ସହାୟିକା ଗୋଷ୍ଠିର ସଭ୍ୟମାନେ ମିଶି ଅତିଥିମାନଙ୍କୁ ଫୁଲଚନ୍ଦନ ହୁଳହୁଳି ଦେଇ ଦେଇ ସ୍ବାଗତ କରିଥିଲେ।ଅତିଥିମାନେ ମଂଚାସୀନ ହେବାପରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ସ୍ଥାନୀୟ ଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଂଗୀତ ବୋଲାଯାଇଥିଲା। ସମସ୍ତ ଅତିଥିମାନଙ୍କ ଦ୍ବାରା ବହୁ ପ୍ରତିକ୍ଷିତ ଖଇରୀ ମହୋତ୍ସବର ଏବର୍ଷର ସ୍ମରଣିକାଟି ଲୋକାର୍ପଣ କରଯାଇଥିଲା। ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ ସ୍ବୟଂ ସହାୟିକା ଗୋଷ୍ଠିର ସଭ୍ୟାଙ୍କୁ ଉତ୍ସାହିତ କରିବା ଲାଗି ଆମ୍ବ,ଲିଚୁ ଆଦି ଚାରା ପ୍ରଦାନ କରିଥିଲେ ।ଏହାପରେ ମହୋତ୍ସବ କମିଟି ତରଫରୁ ମନୋନୀତ ପ୍ରତିଭାମାନଙ୍କୁ ମାନପତ୍ର,ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ମୁଖ୍ୟବକ୍ତା ଅଧ୍ୟାପକ ଶ୍ରୀ ମହାନ୍ତ ନିଜର ବହୁମୂଲ୍ୟ ତ୍ବାତ୍ତିକ ମାର୍ଗଦର୍ଶନ କରିଥିଲେ।ଓଇଏସ୍ ରିଷିପ୍ରଭା ମହାନ୍ତ,ଓଏସ୍ ପଙ୍କଜ ମହାନ୍ତ,କବି ହରିଶ୍ଚନ୍ଦ୍ର ହୋତା,ପୂର୍ବତନ ବିଧାୟକ ଶମ୍ଭୁନାଥ ନାଏକ,ସାମ୍ବାଦିକ ମନୋରଂଜନ ତିରିଆ,ଶିକ୍ଷାବିତ୍ ଅଭିମନ୍ୟୁ ମହାନ୍ତ,ଶିକ୍ଷାବିତ୍ ସୂର୍ଯ୍ୟକାନ୍ତ ଆରୁଖ,କୁନିପ୍ରତିଭା ବିଏମ୍ ବିସ୍ମୟୀ ମହାନ୍ତ,ମହିଳା ଉଦ୍ୟୋଗୀ ପ୍ରମିଳା ସେଠୀ,ମାଣ୍ଡିଆ ଦିଦି ସୁବାସ ମହାନ୍ତ,ସ୍ବାସ୍ଥ୍ୟ ସ୍ବେଚ୍ଛାସେବୀ ଅର୍ଜୁନ ପାତ୍ର,ସ୍ବାସ୍ଥ୍ୟ ପରିଦର୍ଶକ ସୁବାଷ ଚନ୍ଦ୍ର ମହାନ୍ତ, ଆଦର୍ଶ ଶିକ୍ଷୟିତ୍ରୀ କ୍ଷୀରୋମଣି ମହାନ୍ତ,ଅଧ୍ୟାପକ ଦିଲ୍ଲୀପ କୁମାର ବାରିକ,ପ୍ରକୃତି ପ୍ରେମୀ ଇଂ ସତ୍ୟନାରାୟଣ ମାଝୀ ପ୍ରମୁଖ ସମ୍ବର୍ଦ୍ଧିତ ହୋଇଥିଲେ। ସଭା ସମାପ୍ତି ପରେ ଆଚାର୍ଯ୍ୟା ସୁରେଖା ପ୍ରଧାନଙ୍କ ତତ୍ତ୍ବାବଧାନରେ ସ୍ଥାନୀୟ ଛାତ୍ରୀଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ମହୋତ୍ସବକୁ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ମଙ୍ଗୁଳୁରାମ ମହାନ୍ତ,ଶିକ୍ଷକ ବିଘ୍ନେଶ୍ବର ମହାନ୍ତ,ଶରତ ଚନ୍ଦ୍ର ଘୋଷ,ସଂଗଠକ ମାନସ କୁମାର ମହାନ୍ତ,ଖଗେଶ୍ବର ସାହୁ ପରିଚାଳନା କରିବାରେ ସହଯୋଗ କରିଥିଲେ।ଶେଷରେ ସଭା ପରିଚାଳନା କରୁଥିବା କମିଟିର ସଂପାଦକ ଚକ୍ରଧର ମହାନ୍ତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ନବ କୁଣ୍ଡିୟ ବିରଜା ମହାଯଜ୍ଞ ପାଇଁ ପ୍ରସ୍ତୁତି ନେଇ ସାମ୍ୱାଦିକ ସମ୍ମିଳନୀ

mahabharatanews

ଆଜିଠୁ ଖୋଲିବ ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର

mahabharatanews

କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଘରକୁ ଗଲେ ୧୧୯ଜଣ ପ୍ରବାସୀ ଓଡିଆ

mahabharatanews