ଓଡିଶା

କଟକରୁ ୭୬ କରୋନା ଆକ୍ରାନ୍ତ ଚିହ୍ନଟ

(ରିପୋଟର୍ସ ଟୁଡେ/କଟକ): କଟକ ମହାନଗର ନିଗମ ଅଞ୍ଚଳରୁ ଆଜି ଆଉ ୭୬ ଜଣ କରୋନା ଆକ୍ର୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ କଣ୍ଟେନମେଣ୍ଟ ଜୋନରୁ ୪୬ ଜଣ ରହିଛନ୍ତି । ଏଥିରୁ ୧୬ ଜଣ ପୁରୁଷ ହୋଇଥିବା ବେଳେ ୩୦ ଜଣ ମହିଳା । ତେବେ ଚିହ୍ନଟ ହୋଇଥିବା ୪୬ ଆକ୍ରାନ୍ତ ମାଲଗୋଦାମ ବେହେରା ସାହିର ବୋଲି ଜଣାପଡିଛି । କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କୁ ନେଇ ଜିଲ୍ଲା ପ୍ରଶାସନର ଚିନ୍ତା ବଢିଛି । ସିଏମସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସରକାରୀ କ୍ୱାରେଣ୍ଟାଇନରୁ ଆଜି ୩ ଜଣ କରୋନା ଯୋଦ୍ଧାଙ୍କ ସମେତ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି କଟକ ସହରରୁ ୧୬ ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ସେଥିରୁ ଦେଓ୍ଵାନ ବଜାରରୁ ୩ ଜଣ, ତେଲେଙ୍ଗା ବଜାରରୁ ଜଣେ, ଖପୁରିଆରୁ ଜଣେ, ମେଡିକାର ରୋଡରୁ ଜଣେ, ବିଦ୍ୟାଧରପୁରରୁ ଜଣେ, ବକ୍ସିବଜାରରୁ ୨ ଜଣ, କଣ୍ଟେନମେଣ୍ଟ ରୋଡରୁ ଜେଣ, କନିକା ରୋଡରୁ ଜଣେ, ସିଡିଏ ସେକ୍ଟରରୁ ଜଣେ, ମଠସାହିରୁ ଜଣେ, ସତୀ ଚଉରାରୁ ଜଣେ ଏବଂ ବିଡ଼ାନାସୀରୁ ଜଣେ କରୋନା ଯୋଦ୍ଧା କରୋନା ଆକ୍ରାନ୍ତ ହୋଇଛନ୍ତି। ଆଜି ସୁଦ୍ଧା କଟକ ଟାଉନରୁ ୧୫୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୬୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ୭୭୩ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Related posts

ଜାତୀୟ ରାଜପଥ ୨୬ର ଶଗଡା ନଦୀ ପୋଲ ନିକଟରେ ଦୁର୍ଘଟଣା ଜଣେ ଗୁରୁତର

mahabharatanews

ଓଡିଶା ଆସିଲା ୨୦ହଜାର ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ କିଟ

mahabharatanews

ବାଲୁଗାଁର ରେ ‘ଜିରୋ ଫାଟାଲିଟ ଉଇକ୍’ ପାଳିତ

mahabharatanews