(ଭୁବନେଶ୍ୱର) : ଜୁନରେ ନିଅଣ୍ଟିଆ ବର୍ଷା ଜୁଲାଇ ରେ ସାଧାରଣ ବର୍ଷା ଆଉ ଅଗଷ୍ଟରେ ରାଜଧାନୀରେ ଜଳମଗ୍ନ ପରିବେଶ । ମାତ୍ର କିଛି ଘଣ୍ଟାର ବର୍ଷାରେ ବେହାଲ ହୋଇଗଲା ରାଜଧାନୀ ଭୁବନେଶ୍ୱର । ଅସ୍ତବ୍ୟସ୍ତ ହୋଇ ପଡ଼ିଳା ଜନଜୀବନ । ରାଜଧାନୀର ବିଭିନ୍ନ ସ୍ଥାନରେ ପାଣି ଘରରେ ଗତକାଲିଠୁ ଆଜି ଯାଏଁ ଫସି ରହିଛନ୍ତି ଅନେକ ଲୋକେ । ବର୍ଷାର ପରିମାଣ ଏତେ ଅଧିକ ଥିଲା ଯେ ୨୬ ବର୍ଷର ରେକର୍ଡ ଭାଙ୍ଗିଲା ଭୁବନେଶ୍ୱର ।
ସୂଚନାନୁଯାୟୀ , ଦିନ ୨ଟାରୁ ଆରମ୍ଭ ହୋଇଥିବା ବର୍ଷା ସନ୍ଧ୍ୟା ୬ଟା ଯାଏଁ ଲାଗି ରହିଥିଲା । ତେବେ ଭୁବନେଶ୍ୱରରେ ଦିନକ ଭିତରେ ଏହି ବର୍ଷା ସର୍ବାଧିକ ବର୍ଷାର ରେକର୍ଡ ଭାଙ୍ଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୫୯.୨ ମିମି ବର୍ଷା ଭୁବନେଶ୍ୱରରେ ବର୍ଷିଛି । ତେବେ ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଭୁବନେଶ୍ୱରରେ ୧୮୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା । ତେବେ ପାଣି ଘେରରେ ରାଜଧାନୀବାସୀ । ସୋଫା ଭାସୁଛି,ଦରକାରୀ କାଗଜପତ୍ର ମଧ୍ୟ ଭାସିଯାଇଛି । ଏହି ପରିସ୍ଥିତିରେ ଲୋକେ ସୁରକ୍ଷିତ ମନେ ନକରି ଗାଁ ମୁହାଁ ହେଲେଣି।
