ଅପରାଧଓଡିଶା

ଭୁବନେଶ୍ୱର ମାଛ ମାର୍କେଟରେ ହଣାକଟା ହେଲେ ବ୍ୟବସାୟୀ

ଭୁବନେଶ୍ୱର: ମାଛ ମାର୍କେଟରେ ହଣାକଟା । ଭୁବନେଶ୍ୱର ୪ନମ୍ବର ମାଛ ମାର୍କେଟରେ ଘଟିଛି ମାରାତ୍ମକ ଘଟଣା । ସେଠାରେ ୨ଜଣ ବ୍ୟବସାୟୀ ହଣାକଟା ହୋଇ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ, ପ୍ରତିଦିନ ପରି ଆଜି ମଧ୍ୟ ମାଛ ମାର୍କେଟରେ ବେପାର ପାଇଁ ଭିଡି ଜମିଥାଏ । ହଠାତ୍ ବୁଧବାର ଦିନ ମାଛ ବ୍ୟବସାୟକୁ କେନ୍ଦ୍ର କରି ଦୁଇ ବେପାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏପିରିକି ଉଭୟ ବ୍ୟବସାୟୀ ହଣାକଟା ପର୍ଯ୍ୟନ୍ତ କଥା ଯାଇଥିଲା । ଦୁଇ ଜଣ ବ୍ୟବସାୟୀ ପନିକି ହଣାକଟା ହୋଇଥିଲେ । ଯେଉଁଥିରେ ୨ଜଣ ବ୍ୟବସାୟୀ ଗୁରୁତର ହୋଇଛନ୍ତି । ସେମାନଙ୍କ ନାମ ସୁରେନ୍ଦ୍ର ବେହେରା ଓ ନରେନ୍ଦ୍ର ବେହେରା ବୋଲି ଜଣାପଡିଛି ।ସେମାନଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଆକ୍ରମଣକାରୀ ମାଛ ବେପାରୀ ଫେରାର ହୋଇଯାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Related posts

ବିଜେଡିରେ ସାଲିସକାରୀଙ୍କୁ ଦିଆଯାଉଛି ପ୍ରାଧାନ୍ୟ

mahabharatanews

୩ ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

mahabharatanews

ସୁନାବେଡ଼ା ଅଭୟାରଣ୍ୟରେ ଯବାନ ଓ ମାଓବାଦୀ ମୁହାଁମୁହିଁ

mahabharatanews