ଭାରତ

ମହାରାଷ୍ଟ୍ରରେ ଲଞ୍ଚିଂ ମେସିନ୍ ପଡ଼ି ୧୬ ଶ୍ରମିକ ମୃତ

(ମହାରାଷ୍ଟ୍ର) : ମହାରାଷ୍ଟ୍ରର ସାହାପୁରରେ ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି । ମହାରାଷ୍ଟ୍ରର ଥାନେରେ ବଡ଼ ଦୁର୍ଘଟଣା । ଜିରିଡର ଲଞ୍ଚିଂ ମେସିନ୍ ପଡ଼ିବାରୁ ୧୬ ଜଣ ଶ୍ରମିକଙ୍କ ଜୀବନ ଚାଲିଯାଇଥିବା ବେଳେ ତିନିଜଣ ଗୁରୁତର ଥିବା ସୂଚନା ମିଳିଛି। ଗତକାଲି ତଳେ କାମ କରୁଥିବା ଶ୍ରମିକଙ୍କ ଉପରେ ଖସି ପଡ଼ିଲା। ଏହି ମେସିନ ଓଜନ ଅତ୍ୟଧିକ ଥିବାରୁ ଉକ୍ତ ସମୟରେ ତଳେ ଥିବା ବହୁ ଶ୍ରମିକ ଏହା ତଳେ ଚାପି ହୋଇ ଯାଇଥିଲେ। ସୂଚନା ପାଇବା ପରେ ପୋଲିସ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚିଥିଲେ।

ସୂଚନାନୁଯାୟୀ , ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅଧିକାରୀଙ୍କ ଦ୍ୱାରା ମୃତ ବ୍ୟକ୍ତିଙ୍କ ପରିଚୟ ନିଶ୍ଚିତ କରାଯାଉଥିଲା। ଏହାପରେ ତୁରନ୍ତ NDRF ର ୨ଟି ଟିମ୍‌ ଘଟଣାସ୍ଥଳକୁ ପଠା ଯାଇଥିଲା। ସେମାନେ ମେଶିନ ତଳୁ ୧୬ ମୃତଦେହ ବାହାର କରିଥିବା ବେଳେ ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି ।

Related posts

ଅକ୍ଷୟ କୁମାରଙ୍କ ସହିତ ବଡ ପରଦାରେ ନଜର ଆସିବେ ସରଗୁନ

mahabharatanews

ଆଜି ରେଇନି ଡେ

mahabharatanews

ମୋହିତ ପାଣ୍ଡେ ଅଯୋଧ୍ୟ ରାମ ମନ୍ଦିର ପୂଜାରୀ

mahabharatanews