ଓଡିଶା

ବନକଲାଗି ବିବାଦ : ଆଜି ବସିବ ପରିଚାଳନା କମିଟି ବୈଠକ

(ପୁରୀ) :  ବନକଲାଗି ବିବାଦରେ ପଡ଼ିଲାଣି ଅନ୍ତ  । ସରିଲା ଶ୍ରୀମନ୍ଦିର ନୀତି ସବ୍‌କମିଟି ବୈଠକ । ହୋଇପାରିଲାନି  ଚୂଡ଼ାନ୍ତ ନିଷ୍ପତ୍ତି । ବନକଲାଗି ନୀତି ବଡ଼ବଡ଼ରେ ହୋଇନାହିଁ ଚର୍ଚା ଏଭଳି କିଛି  ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରତିକ୍ରିୟା ରଖିଛନ୍ତି। ଆସନ୍ତା ୧ ତାରିଖରେ ପରିଚାଳନା କମିଟି ବୈଠକ ବସିବ । ପରିଚାଳନା କମିଟି ବୈଠକରେ ବନକଲାଗି ନିଷ୍ପତ୍ତି ହେବ ବୋଲି ସୂଚନା ମିଳିଛି ।

ସୂଚନାନୁଯାୟୀ , ଦତ୍ତ ମହାପାତ୍ର ଗତକାଲି ବନକଲାଗି ନୀତି କରିବା ପାଇଁ ପ୍ରସ୍ତୁତ ଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମନା କରାଯାଇଥିବା ନେଇ ସୂଚନା ଦେଇଛନ୍ତି ସଂମ୍ପୃକ୍ତ ସେବକ । ତେଣୁ ଗତକାଲି ମହାପ୍ରଭୁଙ୍କ ବନକଲାଗି ନୀତି ହୋଇପାରି ନଥିଲା। ପ୍ରତ୍ୟେକ ସପ୍ତାହର ବୁଧବାର କିମ୍ବା ଗୁରୁବାର ଦିନ ଦ୍ୱିପହର ଧୂପ ପରେ ବନକଲାଗି ନୀତି ହୋଇଥିଏ । ମାତ୍ର ବନକଲାଗି ନୀତି ସହ ଅନ୍ୟାନ୍ୟ ବିଶେଷ ନୀତି ରହୁଥିବାରୁ ଦର୍ଶନାର୍ଥୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଗୁରୁବାର ବଦଳରେ ବୁଧବାର ବନକଲାଗି କରିବାକୁ ସମ୍ପୃକ୍ତ ସେବକ ନିଯୋଗକୁ କୁହାଯାଇଥିଲା । ହେଲେ ଦତ୍ତମହାପାତ୍ର ନିଯୋଗ ଗୁରୁବାର ବନକଲାଗି କରିବା ଜିଦରେ ଅଟଳ ଅଛନ୍ତି ।

Related posts

୧୨ ଘଣ୍ଟାରେ ସୃଷ୍ଚି ହେବ ଲଘୁଚାପ ; ୭ ଜିଲ୍ଲାକୁ ସତର୍କ ଜାରି 

mahabharatanews

ୱେବପୋର୍ଟାଲ ସମ୍ପାଦକଙ୍କ ନାଁରେ ଆଉ ଏକ ଅଭିଯୋଗ

mahabharatanews

ଯୁବଶକ୍ତି ସମର୍ପିତ ଓଡି଼ଶା ଆନୁକୂଲ୍ୟରେ ସେଚ୍ଛାକୃତ ରକ୍ତଦାନ ଶିବିର

mahabharatanews