ଓଡିଶା

ଇସ୍ତଫା ଦେଲେ ଓଡ଼ିଶା ଉପବାଚସ୍ପତି ରଜନୀକାନ୍ତ ସିଂହ

(ଭୁବନେଶ୍ୱର) : ଇସ୍ତଫା ଦେଲେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ । ଆଜି ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ବାଚସ୍ପତିଙ୍କୁ ଭେଟି ନି‌ଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ଇସ୍ତଫା ସଂପର୍କରେ ରଜନୀକାନ୍ତ ସିଂହଙ୍କ ପ୍ରତିକ୍ରିୟା ଆସିଛି । ସାମ୍ବିଧାନିକ ପଦରେ ଥିବାରୁ ଦଳୀୟ କାର୍ଯ୍ୟ କରିପାରୁନଥିଲି । ଦଳୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଇସ୍ତଫା ଦେଇଥିବା କହିଛନ୍ତି ରଜନୀକାନ୍ତ ।

ସୂଚନାନୁଯାୟୀ , ଏହା ହଠାତ୍‌ ନିଷ୍ପତ୍ତି ନୁହେଁ, ବହୁ ଦିନର ନିଷ୍ପତ୍ତି ବୋଲି କହିଛନ୍ତି ସେ ।  ୨୦୦୪ ମସିହାରୁ ଶ୍ରୀ ସିଂହ କ୍ରମାଗତ ଭାବେ ଅନୁଗୁଳ ବିଧାନସଭା ଆସନରୁ ଜିତି ଆସୁଛନ୍ତି । ୨୦୧୯ ଜୁନ୍‌ ମାସରୁ ସେ ଉପବାଚସ୍ପତି ଭାବେ କାର୍ଯ୍ୟ କରୁଛନ୍ତି । ତେବେ ସେ ସାମ୍ବିଧାନିକ ପଦବିରେ ଥିବାରୁ ଦଳୀୟ ସଂଗଠନ କାର୍ଯ୍ୟ ବୁଝିବା ସମ୍ଭବ ନୁହେଁ ।  ପୂର୍ବରୁ ବାଚସ୍ପତି ପଦରୁ ବିକ୍ରମ ଆରୁଖ ଇସ୍ତଫା ଦେଇ ପୁଣି ମନ୍ତ୍ରିମଣ୍ଡଳରେ ସାମିଲ ହେବା ସହ ଜିଲ୍ଲାରେ ଦଳର ସଂଗଠନକୁ ମଜଭୁତ କରିବା ପାଇଁ କାର୍ଯ୍ୟ କରୁଛନ୍ତି ।

 

Related posts

ଓଡ଼ିଶା କ୍ରିକେଟ୍‌ ଦଳର ଦ୍ରୁତ ବୋଲର ଆଶୁତୋଷ ଛୁରିଆ ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ)ରେ ପ୍ରଶିକ୍ଷଣ ପାଇବାକୁ ମନୋନୀତ

mahabharatanews

ଲୁଟେରାଙ୍କ ଆତଙ୍କରାଜ ଚିକିତ୍ସାଧୀନ ଅବସ୍ଥାରେ ଲୁଟର ଶିକାର ହୋଇଥିବା ବିଧବା ବୃଦ୍ଧାଙ୍କ ମୃତ୍ୟୁ

mahabharatanews

ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୧୪୪ ନୂଆ ସଂକ୍ରମିତ ଚିହ୍ନଟ

mahabharatanews