ଭାରତ

୯ରୁ ଦିଲ୍ଲୀରେ ଶୀତକାଳୀନ ଛୁଟି

(ଦିଲ୍ଲୀ) : ଦିଲ୍ଲୀର ପ୍ରଦୂଷଣ ବିପଦ ସ୍ତର ଅତିକ୍ରମ କରୁଥିବା ବେଳେ ଏହାକୁ କମ୍ କରିବାକୁ  ସରକାର ପ୍ରୟାସ ଜାରି ରହିଛନ୍ତି । ବୃଦ୍ଧି ପାଉଥିବା ପ୍ରଦୂଷଣକୁ ନଜରରେ ରଖି ଆଜି ସରକାରଙ୍କ ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି । ନଭେମ୍ବର ୯ ରୁ ଦିଲ୍ଲୀର ସମସ୍ତ ବିଦ୍ୟାଳୟରେ ଶୀତକାଳୀନ ଛୁଟି ଆରମ୍ଭ ହେବ, ଯାହାକି ନଭେମ୍ବର ୧୮ପର୍ଯ୍ୟନ୍ତ ଲାଗୁ କରାଯିବ ।

ଦିଲ୍ଲୀ ଶିକ୍ଷା ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରି ସୂଚନା ଦେଇଛି ଯେ, ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସମସ୍ତ ବିଦ୍ୟାଳୟରେ ଡିସେମ୍ବରୁ ଶୀତକାଳୀନ ଛୁଟି ଘୋଷଣା କରାଯାଇଛି । ଯାହା ବର୍ତ୍ତମାନ ନଭେମ୍ବର ୯-୧୮ରୁ ହେବ। ଏହି ଅବଧି ମଧ୍ୟରେ ସମସ୍ତ ବିଦ୍ୟାଳୟକୁ ବନ୍ଦ ରହିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି।  ବୁଧବାର ସକାଳେ ଦିଲ୍ଲୀ ଏବଂ ଏହାର ଆଖପାଖ ସହରଗୁଡିକର ବାୟୁ ଗୁଣବତ୍ତା ପୁଣି ଗୁରୁତର ସ୍ତରରେ ପହଞ୍ଚିଛି । ମଙ୍ଗଳବାର ଅପରାହ୍ନ 4 ଟାରେ ସହରର ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୩୯୫ ରୁ ୪୨୧ରେ ଖରାପ ହୋଇଯାଇଥିଲା ।

Related posts

ଥମୁନି ନେହେରୁଙ୍କ ଫଟୋ ହଟାଇବା ଘଟଣା   

mahabharatanews

ଶପଥ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ । ସବୁଠାରୁ ଅଧିକ ସମୟ ପାଇଁ ଥିଲେ ନୀତିଶ, କିନ୍ତୁ ମାତ୍ର ପାଞ୍ଚ ଦିନ ପାଇଁ କିଏ ମୁଖ୍ୟମନ୍ତ୍ରୀ ଥିଲେ? ସମ୍ପୂର୍ଣ୍ଣ ତାଲିକା।

mahabharatanews

ଛୋଟ ପିଲାଙ୍କ ଆଖିରେ କରୋନା ପ୍ରଭାବ

mahabharatanews