ଭାରତ

ବିହାରରେ ଯାତ୍ରୀବାହୀ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ

(ବିହାର) : ବାହାନଗା ରେଳ ଦୁର୍ଘଟଣା ଲିଭି ନଥିବା ବେଳେ ଆଉ ଏକ ଯାତ୍ରୀବାହୀ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିହାରର ବକ୍ସରରେ ବଡ ରେଳ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ବକ୍ସର ଜିଲ୍ଲା ରଘୁନାଥପୁର ରେଳ ଷ୍ଟେସନ ନିକଟରେ ନର୍ଥ ଇଷ୍ଟ ଏକ୍ସପ୍ରେସ ବୁଧବାର ରାତି ପ୍ରାୟ ୯.୩୦ରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦିଲ୍ଲୀର ଆନନ୍ଦ ବିହାରରୁ ଗୌହାଟି କାମାକ୍ଷନଗର ଯାଉଥିବା ନର୍ଥ ଇଷ୍ଟ ଏକ୍ସପ୍ରେସର ୨୧ଟି ବଗି ଲାଇନଚ୍ୟୁତ ହେବାରୁ ବଡ ଦୁର୍ଘଟଣା ଘଟିଛି ।

ସୂଚନାନୁଯାୟୀ , ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଓ ଶତାଧିକ ଲୋକ ଆହତ ହୋଇଛନ୍ତି । ୨୦ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ପାଟନା ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଲାଇନଚ୍ୟୁ ହୋଇଥିବା ଟ୍ରେନ ୨୧ ଟି କୋଚ ମଧ୍ୟରେ ୨ଟି ଏସି କୋଚ ଥିବା ଜଣାପଡିଛି । ଦୁର୍ଘଟଣା ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ରେଳ ବିଭାଗ ଅଧିକାରୀ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ପହଞ୍ଚାଇଛନ୍ତି ।

Related posts

ଜବରଜସ୍ତ ଫର୍ମରେ ହିଟ ମ୍ୟାନ, ବିଗାଡୁଛି ବୋଲରଙ୍କ ଲୟ

mahabharatanews

ଅରୁଣ ଗାନ୍ଧୀଙ୍କର ଆଜି ପରଲୋକ, କୋହ୍ଲାପୁରରେ ଶେଷ ସଂସ୍କାର ସମ୍ପନ୍ନ କରାଯବ

mahabharatanews

ଟି-୨୦ ବିଶ୍ୱକପ କ୍ରିକେଟ ଲାଗି ଟିମ ଘୋଷଣା କଲା ବାଂଲାଦେଶ

mahabharatanews