(ଭୁବନେଶ୍ୱର) : ଜାତୀୟ କ୍ରୀଡ଼ା ଦିବସ ଅବସରରେ କିମ୍ବଦନ୍ତୀ ହକି ଖେଳାଳି ଧ୍ୟାନ୍ ଚାନ୍ଦଙ୍କ ଜନ୍ମ ବାର୍ଷିକୀରେ ପାଳନ କରାଯାଇଛି । ଓଡ଼ିଶା ପକ୍ଷରୁ କ୍ରୀଡା ଏବଂ ଖେଳ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଦୁଇଜଣଙ୍କୁ ମରଣୋତ୍ତର ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି ।
ସୂଚନାନୁଯାୟୀ , ଦିବଙ୍ଗତ ସରୋଜ ଦାସ ଓ ସୁଦର୍ଶନ ସ୍ୱାଇଁଙ୍କୁ ପୁରସ୍କାର ମରଣୋତ୍ତର ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି । ତାଙ୍କୁ ୨ ଲକ୍ଷ ଟଙ୍କା ନଗଦ ରାଶି ମଧ୍ୟ ପ୍ରଦାନ କରାଯାଇଛି । ହକି କୋଚ୍ ପିଟର ତିର୍କୀଙ୍କୁ ଜୀବନ ବ୍ୟାପୀ ସାଧନା ପାଇଁ ପୁରସ୍କାର ଏବଂ ଫୁଟ୍ ବଲ୍ କୋଚ୍ ରାଜେନ୍ଦ୍ର ପ୍ରସାଦ ସିଂଙ୍କୁ ଜୀବନ ବ୍ୟାପୀ ସାଧନା ପାଇଁ ପୁରସ୍କାର ପ୍ରଦାନ କରାଯିବା ସହ ୩ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ଦୀପ ରଂଜନ ବିଷୋୟୀ ଶ୍ରେଷ୍ଠ ପାରା କ୍ରୀଡ଼ାବିତ୍ ପୁରସ୍କାର, ଉଦୀୟମାନ କ୍ରୀଡ଼ାବିତ ଭାବେ ସବିତା ଟପ୍ପୋ, ଆନନ୍ଦଚନ୍ଦ୍ର ନାୟକଙ୍କୁ ସ୍ୱତନ୍ତ୍ର କ୍ରୀଡ଼ା ପୁରସ୍କାର, କ୍ରୀଡ଼ା ସାମ୍ବାଦିକ ଅଜୟ ଦାସଙ୍କୁ ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ରୀଡ଼ାର ପ୍ରୋତ୍ସାହନ ତଥା କ୍ରୀଡ଼ାବିତ୍ ଙ୍କ ପାଇଁ ଚାକିରି ଯୋଗାଇବା ପାଇଁ ସାଂଗଠନିକ ପ୍ରୟାସ ପାଇଁ କ୍ରୀଡ଼ା ପ୍ରୋତ୍ସାହନ ପାଇଁ ଓଡିଶା ପୋଲିସକୁ ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ କରାଯାଇଥିଲା ।