ଓଡିଶା

ଆଜି ନୀଳାଦ୍ରିବିଜେ , ଅପରାହ୍ଣ ୪ଟାରେ ପହଣ୍ଡି 

(ପୁରୀ) : ଲୀଳା ସାରି ଜନ୍ମବେଦୀରୁ ରତ୍ନବେଦିକୁ ବାହୁଡ଼ିଛି ଶ୍ରୀଜିଉ । ସରିଛି ନବଦିନାତ୍ମକ ଘୋଷଯାତ୍ରା। ୧୨ ଦିନର ମାନବୀୟ ଲୀଳାଖେଳା ଶେଷ ପରେ ଶନିବାର ଅର୍ଥାତ ଆଜି ସିଂହଦ୍ବାରରେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀମନ୍ଦିରକୁ ବିଜେ କରିବେ। ରଥାରୂଢ଼ ଠାକୁରେ ଗୋଟି ପହଣ୍ଡିରେ ରତ୍ନସିଂହାସନକୁ ଫେରିବେ।

ସୂଚନାନୁଯାୟୀ , ଅପରାହ୍ଣ ୪ଟାରେ ପହଣ୍ଡି ଆରମ୍ଭ ହେବ। ରାତି ୧୦ଟା ସୁଦ୍ଧା ପହଣ୍ଡି ଶେଷ ପରେ ରୁନ୍ଧା କାର୍ଯ୍ୟ ସମାପନ ହେବ। ରାତି ସାଢ଼େ ୧୨ଟା ସୁଦ୍ଧା ରୁନ୍ଧା ସରିବା ପରେ ଗୋଟାଏରୁ ଦଇତାପତି ସର୍ବାଙ୍ଗ, ଶ୍ରୀମୁଖ ଖଣ୍ଡୁଆ, ଚାରମାଳ ଫିଟା ନୀତି ଅନୁଷ୍ଠିତ ହେବ। ରାତି ସାଢ଼େ ୨ଟାରେ ସୁଦର୍ଶନ ସିଂହାସନକୁ ବିଜେ କରିବେ।  ରାତି ୩ଟା ୩୫ରେ ରୋଷହୋମ, ମଇଲମ, ୩ଟା ୪୫ରେ ଚନ୍ଦନଲାଗି, ୪ଟାରେ ସୂର୍ଯ୍ୟପୂଜା, ୪ଟା ୧୫ରେ ଦ୍ବାରପାଳ ପୂଜା, ବଡ଼ସିଂହାର ବେଶ, ୪ଟା ୪୫ରେ ବଡ଼ସିଂହାର ଭୋଗ ହୋଇ ସକାଳ ୫ଟାରେ ରାତ୍ର ପହୁଡ଼ ହେବ।

 

Related posts

ଗୌତମ ଆଦାନୀଙ୍କୁ ବଡ ଝଟକା

mahabharatanews

ମନ୍ମଥ-ମନୋଜ ସ୍ମୃତି ପୀଠ ଉଦଘାଟିତ 

mahabharatanews

୧୯ରୁ ବଢିବ ବର୍ଷା

mahabharatanews