Uncategorized

୧୨ ଚକିଆ ଟ୍ରକ ସହ ବାଇକ ଧକ୍କା, ଦୁର୍ଘଟଣାରେ ବାଇକ ଆରୋହିଙ୍କ ମୃତ୍ୟୁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ମାଧପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ । ମୃତକ ଜଣକ ଖୁଣ୍ଟାପଡା ଗ୍ରାମ ଜୀବନ ଜ୍ୟୋତି ମହାନ୍ତ ବୋଲି ଜଣାପଡିଛି । ସୂଚନା ରୁ ପ୍ରକାଶ ଜୀବନଜ୍ୟୋତି ଜଣେ ଶିକ୍ଷକ ଭାବେ କାର୍ୟ୍ୟରତ ଥିଲେ । ଖୁଣ୍ଟାପଡା ଘରୁ ସ୍କୁଲ କୁ ଯାଉଥିବା ବେଳେ ପୁଟୁଳିଆ ମାଧପୁରଛକ ନିକଟରେ ଏକ ୧୨ଚକିଆ ଟ୍ରକ ସହ ଧକ୍କା ହୋଇ ଛିଟି କି ପଡ଼ିଥିଲେ । ସ୍ଥାନୀୟ ଲୋକେ ଦେଖି ସଙ୍ଗେ ସଙ୍ଗେ ଅଗ୍ନିଶମ କୁ ଖବର ଦେଇ ଥିଲେ । ଅଗ୍ନିଶମ ଖବର ପାଇ ଘଟଣାସ୍ଥଳ ରେ ପହଁଞ୍ଚି ଯୁବକକୁ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଥିଲେ । ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ଟର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ପାଟଣା ପୋଲିସ ଘଟଣାସ୍ଥଳ ରେ ପହଁଞ୍ଚି ୨ଟି ଗାଡି ଜବତ ସହ ଘଟଣାର ତଦନ୍ତ ଚଳାଇ ଥିବା ଜଣାପଡିଛି ।

Related posts

କେନ୍ଦ୍ର ସୂଚନା ମନ୍ତ୍ରଣାଳୟ ମାଗିଲେ ଆରୋଗ୍ୟ ସେତୁ ସଂକ୍ରାନ୍ତ ପୂର୍ଣ୍ଣ ତଥ୍ୟ

mahabharatanews

ସୁଡାନର ପୂର୍ବତନ ରାଷ୍ଟ୍ରପତିଙ୍କ  ପରଲୋକ

mahabharatanews

ଆଜି ନାମାଙ୍କନ ପତ୍ର ଭରିବେ ବିରୋଧୀ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ

mahabharatanews