ଅପରାଧ

୪ ବାଇକ ଲୂଟେରାଙ୍କ ସମେତ ପାଞ୍ଚ କୋର୍ଟ ଚାଲାଣ, ୨ ବାଇକ ଜବତ

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଦିଗପହଣ୍ଡି ବୋମାମାଡ ଘଟଣାର ଛାନଭିନ ବେଳେ ସଦର ଥାନା ପୋଲିସ ଏକ ବାଇକ ଲୂଟେରା ଗ୍ୟାଙ୍ଗକୁ ଠାବ କରିଛି। ୪ ଜଣ ବାଇକ ଚୋର ଓ ଜଣେ ଚୋରି ବାଇକ କିଣିଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରାଯାଇଛି । ଏନେଇ ସଦର ଥାନାଧିକାରୀ ସନ୍ତୋସିନୀ ଓରାମ ସୂଚନା ଦେଇଛନ୍ତି । ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଛି ବୋଲି ପୋଲିସ କହିଛି । ବାଇକ ଲୁଟେରାମାନେ ବିଭିନ୍ନ ସ୍ଥାନରୁ ଗାଡି ଚୋରି କରି ବିକ୍ରି କରିବା ପାଇଁ ଅନ୍ୟ ଅଭିଯୁକ୍ତଙ୍କୁ ଦେଉଥିଲେ ବୋଲି ପୋଲିସ ଜେରା ବେଳେ ଜାଣିବାକୁ ପାଇଛି । ଗତ କିଛିଦିନ ତଳେ ବାସୁଦେବ ନଗର ଅଞ୍ଚଳରୁ ଏକ ହିରୋ ଗ୍ଲାମର ଗାଡି ଚୋରି ହୋଇଥିବା ବେଳେ ବ୍ୟାଙ୍କ କଲୋନିରୁ ଚୋରି ହୋଇଥିବା ଅନ୍ୟ ଏକ ବାଇକ ପୋଲିସ ଜବତ କରିଛି ।

Related posts

କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲାରେ ଭଦ୍ରକରେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍

mahabharatanews

ପୁରୀ ପୋଲିସର ବଡ଼ ସଫଳତା: ଖୋଲିଲା କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ହତ୍ୟା ମାମଲାର ଗୁମର

mahabharatanews

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାତ୍ମକ ଆକ୍ରମଣ

mahabharatanews