ଅପରାଧଓଡିଶା

ବାଇକ ଚୋରକୁ ଗିରଫ କଲା ମାହାଙ୍ଗା ପୁଲିସ

ମାହାଙ୍ଗା: ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଘଟଣା ଘଟିଛି କଟକ ମାହାଙ୍ଗା ଥାନା ଅଂଚଳରେ। ଗାଡ଼ି ଚେକିଂ ବେଳେ ବଡ଼ ସଫଳତା ମିଳିଛି ମାହାଙ୍ଗା ପୋଲିସକୁ। ଗୋଟିଏ ନମ୍ବର ରେ ଦୁଇଟି ଗାଡ଼ି ଚାଲୁଥିବା ରୁ ପୋଲିସ ର ସଂଦେହ ଅଧିକ ହୋଇଥିଲା। ପୋଲିସ ଘଟଣା ପଛରେ ଯାଇ ଧରିଲା ଏକାଧିକ ବାଇକ୍ ଓ ଚାରି ଚକିଆ ଯାନ ବନ୍ଧକ ରୂପେ ରଖି ଗାଡ଼ି ମାଲିକ ମାନଙ୍କୁ ଅର୍ଥ ଦେଇଛି ଜଣେ ମାଷ୍ଟର ମାଇଣ୍ଡ ଯୁବକ। ଖାଲି ସେତିକି ନୁହେଁ ଏହି ଗାଡ଼ି ବନ୍ଧକ ନାଁ ଚାଲିଥିଲା ଚୋରା ବାଇକ୍ ର କଳା ବେପାର ତାହାର ମଧ୍ୟ ପର୍ଦ୍ଧାଫାଶ କରିଛି ମାହାଙ୍ଗା ପୋଲିସ। ଚୋରା ଗାଡ଼ି କାରବାର ରେ ସଂପୃକ୍ତି ଥିବା ଅଭିଯୋଗରେ ମାହାଙ୍ଗା ପୋଲିସ ଦ୍ବାରା ଏହାର ମାଷ୍ଟର ମାଇଣ୍ଡ ପ୍ରଭାକର ଭଞ୍ଜ ଓରଫ ଶଙ୍କରାକୁ ଗିରଫ କରିଛି ମାହାଙ୍ଗା ପୋଲିସ। ଶଙ୍କାର ର ଘର ମାହାଙ୍ଗା ଥାନା କାନପୁର ଗାଁରେ। ହେଲେ ସେ ଦୀର୍ଘ ବର୍ଷ ହେବ ଉମର ଗ୍ରାମରେ ଭଡ଼ା ଘରେ ରହି ବିଭିନ୍ନ ଗାଡି ଗାଡ଼ି ବନ୍ଧକ ରଖିବା ସହ ଚୋରା ଗାଡି ଆଣି ବିଭିନ୍ନ ଜାଗାରେ ରଖିବା ଭଳି ବେଇଆନ କାର୍ୟ୍ୟକଳାପ କରି ଆସୁଥିବା ପୋଲିସ ଅନୁସନ୍ଧାନ ରୁ ଜଣା ପଡ଼ିଛି। ତେବେ ପୋଲିସ ତାହା ଭଡ଼ାଘର ଉପରେ ଚଢ଼ାଉ କରି ବିନା କାଗଜପତ୍ର ର ୧୯ ଟି ବାଇକ୍ , ଗୋଟିଏ ବୁଲେରୋ ସହ ଦୁଇ କାର, ଗୋଟେ ଖୋଲା ଜିପ୍, ନଗଦ ୩୭ ହଜାର ଟଙ୍କା, ସୁନା ଅଳଙ୍କାର ଦୁଇଟି ମୋବାଇଲ୍ ଫୋନ୍ ଜବତ କରି ତଦନ୍ତ ଜାରି ରଖିଥିବା ମାହାଙ୍ଗା ଥାନାରେ ପ୍ରେସମିଟ ଡାକି ସାଲେପୁର ଏସ ଡି ପି ଓ ସୂଚନା ଦେଇଛନ୍ତି। ତେବେ ଶଙ୍କରାର ଅନ୍ୟ ଏକ ସହଯୋଗୀ କୁ ପୋଲିସ ଖୋଜା ଖୋଜି କରୁଛି।

Related posts

କଣ୍ଟେନମେଣ୍ଟ ଜୋନକୁ ବିରୋଧ କରି ପୁଲିସକୁ ପଥର ମାଡ

mahabharatanews

ରାଜ୍ୟହେବ ମଦମୁକ୍ତ, ନିଆଯିବ ପଦକ୍ଷେପ

mahabharatanews

ବର୍ଷର ପ୍ରଥମ ବ୍ରାଉନ ସୁଗାର ଜବତ 

mahabharatanews