ଅପରାଧ

ବର୍ଷର ପ୍ରଥମ ବ୍ରାଉନ ସୁଗାର ଜବତ 

ଭୁବନେଶ୍ୱର: ୨୦୨୧ ବର୍ଷର ପ୍ରଥମ ବ୍ରାଉନସୁଗର ଚୋରା କାରବାର ଘଟଣାରେ କମିଶନରେଟ ପୁଲିସ ୨ ଜଣଙ୍କୁ ଗିରଫ କରିଛି । ବାଲେଶ୍ବର ଜିଲା ଜଳେଶ୍ବର ଥାନା ଅଞ୍ଚଳର ସେକ୍‌ ନସିମୁଦ୍ଦିନ ଓରଫ ପପୁ(୨୩) ଓ ମଞ୍ଚେଶ୍ବର ଥାନା ରସୁଲଗଡ଼ ରାଉତରାୟ ସାହିର ଚିତ୍ତରଞ୍ଜନ ରାଉତରାୟ(୬୧) । ବିଶେଷ ସୂତ୍ରରୁ ଖବର ପାଇଁ କୁଇକ୍‌ ଆକ୍ସ ଟିମ୍(କ୍ବାଟ୍‌) ଓ ତମାଣ୍ଡୋ ଥାନା ପୁଲିସ ମିଳିତ ଭାବେ ୨ ନିଶା ବ୍ୟବସାୟୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୫୨୦ ଗ୍ରାମ୍‌ ବ୍ରାଉନ୍‌ସୁଗର ଜବତ କରିଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ ।
ଏହି ଦୁଇ ଜଣ ବାଲେଶ୍ୱରରୁ ବାଇକଯୋଗେ ବ୍ରାଉନ ସୁଗାର ଆଣି ରାଜଧାନୀର ବିଭିନ୍ନ ଅଞ୍ଚଳରେ ବିକ୍ରି କରୁଥିଲେ । ଏନେଇ ପୂର୍ବରୁ କ୍ବାଟ୍ ପାଖରେ ସୂଚନା ଥିଲା। ତେଣୁ ଏନେଇ କମିସନରେଟ୍‌ ପୁଲିସ ଜାଲ୍ ବିଛାଇଥିଲା। ସେମାନଙ୍କ ନିକଟରୁ ୧୧ ହଜାର ନଗଦ ଟଙ୍କା ସହ ଏକ ବାଇକ୍‌ ଜବତ କରାଯାଇଛି। ଚିତ୍ତ ନାମରେ ମଞ୍ଚେଶ୍ବର ଓ ବିଭିନ୍ନ ଥାନାରେ ୧୩ଟି ମାମଲା ରହିଛି। ସେଥିରେ ଚୋରା ଗଞ୍ଜେଇ ବ୍ୟବସାୟ, ହତ୍ୟା ଉଦ୍ୟମ ଓ ବନ୍ଧୁକ କାରବାର ଆଦି ମାମଲା ରହିଥିବା ଜଣାପଡିଛି।

Related posts

ପେଣ୍ଠକଟା ତେଲୁଗୁ ବସ୍ତିରେ କରୋନା ଯୋଦ୍ଧାଙ୍କୁ ଆକ୍ରମଣ

mahabharatanews

ଉଗ୍ର ରୂପ ନେଲା ସ୍ୱାମୀ ସ୍ତ୍ରୀଙ୍କ ଝଗଡା, ସ୍ତ୍ରୀର ମୁଣ୍ଡଗଣ୍ଡି କଲା ଅଲଗା

mahabharatanews

ପୁଣି ମ୍ୟାଜିକ ପେନରେ ଠକେଇ

mahabharatanews