ଅପରାଧ

ଛେଚା ଖାଇଲା ବାଇକ୍ ଚୋର

(ଅଜିତ ସାହୁ /ଜଳେଶ୍ବର): ଚୋରି କରିବା ବେଳେ ବିଫଳ ହେବାରୁ ଏକ ବାଇକ୍ ଚୋରକୁ ସ୍ଥାନୀୟ ଲୋକେ ଧରି ନିର୍ଦ୍ଧୁମ ଛେଚିଛନ୍ତି । ରୁପ୍ସା ଥାନା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ନିକଟରେ ଘଟଣାଟି ଘଟିଥିବା ଜଣାପଡିଛି । ସୁଚନା ଅନୁଯାୟୀ ରଜତ ସାହୁ ନାମକ ବ୍ୟକ୍ତି ତାଙ୍କ ଗାଡିକୁ ବ୍ୟାଙ୍କ ନିକଟରେ ରଖିଥିଲେ। ଏହି ସମୟରେ ବାଇକ୍ ଚୋର ଗାଡି ଲକ୍ ଫିଟାଇ ନେଇଯାଉଥିବା ସମୟରେ ସେ ଚିତ୍କାର କରି ସ୍ଥାନୀୟ ଲୋକଙ୍କୁ ଡାକିଥିଲେ। ପରେ ସ୍ଥାନୀୟ ଲାକେ ସେଠାରେ ପହଞ୍ଚି ଚୋରକୁ କାବୁ କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଁଚି, ଚୋରକୁ ଗିରଫ କରିଛି । ତେବେ ରୁପସା ଅଞ୍ଚଳରେ ଦିନକୁ ଚୋରି ଘଟଣା ବଢିଚାଲିଥିବା ବେଳେ ଏହା ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।

Related posts

ବିଭାଗର ଦୁଇ ନକଲି ଏଏସଓ ଗିରଫ

mahabharatanews

ପରିବାରର ୪ ସଦସ୍ୟଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

mahabharatanews

ଚୁଙ୍ଗୁଡି ଫ୍ୟାକ୍ଟ୍ରି ମ୍ୟାନେଜରଙ୍କୁ ବଟି ମ।।ଗି ଦୁଇ ଗିରଫ

mahabharatanews