ଅପରାଧ

ଚୁଙ୍ଗୁଡି ଫ୍ୟାକ୍ଟ୍ରି ମ୍ୟାନେଜରଙ୍କୁ ବଟି ମ।।ଗି ଦୁଇ ଗିରଫ

(ମହାଭାରତ, ଭୁବନେଶ୍ୱର): ବଟି ମାଗିବା ଅଭିଯୋରେ ଚନ୍ଦକା ଥାନା ପୁଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି । ପୁଲିସ ସେଦମାନଙ୍କ ନିକଟରୁ ଏକ କାର ଜବତ କରିଛି । ଗିରଫ ହୋଇଥିବା ଦୁଇ ଯୁବକ ହେଲେ ଜଗତସିଂପୁର ଡିହିସାହି ବିରିଗାଁର ତୁଷାରକାନ୍ତ ଜେନା(୨୬) ଓ ଚନ୍ଦକା ମଳିପଡା ଅଞ୍ଚଳର ଗଜପତି ଗଜେନ୍ଦ୍ର(୨୫) ।
ମିଳିଥିବା ସୂଚନାନୁଯାୟୀ, ଗତ ୯ ତାରିଖ ଅପରାହ୍ଣ ପ୍ରାୟ ୨ଟା ବେଳେ ଏକ ହୋଣ୍ଡା ସିଟି ୁକାରରେ ତୁଷାର ଓ ଗଜପତିଙ୍କ ସହ ଅନ୍ୟ ଜଣେ ଯୁୂବକ ମେଣ୍ଡାଶାଳ ହେରାସସ୍ଥିତ ସି ଫୁଡ ପାର୍କରେ ଥିବା ବି-ୱାନ ଚିଙ୍ଗୁଡି ଫ୍ୟାକ୍ଟ୍ରିରେ ପହଞ୍ଚିଥିଲେ । କାରଖାନା ପରିଚାଳନା କରୁଥିବା ମ୍ୟାନେଜର ଆଶୁତୋଷ ସାହୁଙ୍କୁ ଧମକ ଦେଇଥିଲେ । ବଟି ବାବଦରେ ପାଞ୍ଚ ଲକ୍ଷ ଟଙ୍କା ନଦେଲେ ପରିଣତି ଭୟଙ୍କର ହେବ ବୋଲି ଚେତାବନୀ ଦେଇଥିଲେ । ବଟି ନେଦେଲେ ବନ୍ଧୁକ ଓ ବୋମାରେ ଖେଳ ହେବ ବୋଲି ଧମକ ଦେଇଥିଲେ । ଏନେଇ ମ୍ୟାନେଜର ମାଲିକଙ୍କୁ ଜଣାଇବା ସହ ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବାପରେ ପୁୁଲିସ ଏକ ମମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରି ଦୁଇ ଅଭିଯୁକ୍ତକୁ ଗିରଫ କରିଛି । ଏହି ମାମଲାରରେ ଅନ୍ୟ ଜଣେ ଫେରାର ରହିଥିବା ବେଳେ ପୁଲିସ ତାକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି ।

Related posts

ପୋଲରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

mahabharatanews

ରାଜ୍ୟରୁ ନିଶା ଦ୍ରବ୍ୟ ଜବତ

mahabharatanews

ନଗଡାରେ ହରିଲୁଟ

mahabharatanews

Leave a Comment