ପୁରୀ: ପୁରୀ ତଥା ଶ୍ରୀମନ୍ଦିରରେ କରୋନା ଆତଙ୍କ ଖେଳାଇ ଚାଲିଛି । ମନ୍ଦିର ପ୍ରଶାସନ ତଥା ଜିଲ୍ଲା ପ୍ରଶାସନର ସମସ୍ତ ସତର୍କତା ସତ୍ତେ୍ୱ ଶ୍ରୀମନ୍ଦିର ସେବାୟତ ତଥା ସେମାନଙ୍କ ପରିବାର ଏବେ ଏହି ମହାମାରୀ ଭୂତାଣୁ କବଜାରେ । ରବିବାର ଦିନ ଶ୍ରମନ୍ଦିରର ବରିଷ୍ଠ ଦଇତା ସେବାୟତ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କ କରୋନାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା । ସ୍ୱର୍ଗତ ମହାପାତ୍ରଙ୍କ ପରିବାର ତାଙ୍କ ବିୟୋଗ ଯନ୍ତ୍ରଣାରୁ ବାହାରିବା ପୂର୍ବରୁ ଆଜି ତାଙ୍କ ପତ୍ନୀ ବିନୋଦିନୀ ଦାସ ମହାପାତ୍ରଙ୍କ ପରଲୋକ ହୋଇଛି ।
ବିନୋଦିନୀ ମଧ୍ୟ କିଛି ଦିନ ହେଲା କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତା ହୋଇ ଆସୁଥିବା ବେଳେ ଆଜି ସକାଳୁ ସେ ମଧ୍ୟ ସ୍ୱାମୀଙ୍କ ପଥର ଯାତ୍ରୀ ହୋଇଛନ୍ତି । ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ଏପରି ଆଗ ପଛହୋଇ ଜୀବଦଶା ତ୍ୟାଗ କରିବାକୁ ନେଇ ପୁରୀ ସହରରେ ଚର୍ଚ୍ଚା ଜୋର ଧରିଛି । ସ୍ୱର୍ଗତ ମହାପାତ୍ର ମହାପ୍ରଭୁଙ୍କ ଜଣେ ପରମ ଭକ୍ତ ଥିଲେ । ଉଭୟ ପତିପତ୍ନୀ ମହାପ୍ରଭୁଙ୍କ ନିକଟରେ ଜୀବନ ଉତ୍ସର୍ଗ କରିଦେଇଥିଲେ । କିନ୍ତୁ ମହାମାରୀରେ ସ୍ୱର୍ଗତ ମହାପାତ୍ରଙ୍କ ରବିବାର ମୃତ୍ୟୁ ହୋଇଥିବା ବେଳେ ମଙ୍ଗଳବାର ବିନୋଦିନୀଙ୍କ ମୃତ୍ୟୁକୁ କୁହାଯାଉଛି, ଏହା ହେଉଛି ସେହି ପରମ ପୁରୁଷଙ୍କ ଲୀଳା । ଜନ୍ମ ଜନ୍ମକୁ ସାଥୀ ହେବାର ଶପଥ ନେଇ ଆଦର୍ଶ ଦାମ୍ପତ୍ୟ ଅତିବାହିତ କରୁଥିବା ଏହି ଦମ୍ପତିଙ୍କୁ ମହାପ୍ରଭୁ ଦୟା କରିଛନ୍ତି । କରୋନାରେ ସ୍ୱାମୀଙ୍କ ମୃତ୍ୟୁ ହେବା ପରେ ମହାପ୍ରଭୁ ବିନୋଦିନୀ ଦେବୀଙ୍କୁ ମଧ୍ୟ ବୈଧବ ଯନ୍ତ୍ରଣା ସହ୍ୟକରିବାକୁ ଦେଇ ନାହାନ୍ତି । ସ୍ୱାମୀଙ୍କ ମୃତ୍ୟୁର ଗୋଟିଏ ଦିନ ବ୍ୟବଧାନରେ ସେ ବିନୋଦିନୀଙ୍କୁ ମଧ୍ୟ ନେଇଯାଇଛନ୍ତି । ଆଉ କେହି କହୁଛନ୍ତି, ବିନୋଦିନୀ ଜଣେ ସତୀ, ସ୍ୱାଧୀ, ପରୋପକାରୀ ଓ ମେଳାପୀ ମହିଳା ଥିଲେ । ସ୍ୱାମୀଙ୍କ ପରଲୋକ ଯାତ୍ରାପରେ ଦାସମହାପାତ୍ରଙ୍କ ଡାକରାରେ ସେ ସମସ୍ତ ସଂସାର ମୟାମୋହ ତ୍ୟାଗକରି ସ୍ୱାମୀଙ୍କ ପଥର ଯାତ୍ରୀ ହେଲେ ।
previous post
next post
