ସୁନ୍ଦରଗଡ: ପାକିସ୍ତାନ ଜେଲରେ ୨୦ ବର୍ଷ ରହିବା ପରେ ଦୀର୍ଘ ୨୫ ବର୍ଷ ପରେ ସୁନ୍ଦରଗଡର କୁତ୍ରାରେ ପହଞ୍ଚିଥିବା ବିରଜୁ କୁଲୁଙ୍କ ପାଇଁ ପ୍ରଶାସନ ଯୋଗାଇବା ଆରମ୍ଭ କରିଛି ସରକାରୀ ସହାୟତା । ଗତକାଲି ସେ ଘରେ ପହଞ୍ଚିଥିବା ବେଳେ ଆଜି ତାଙ୍କ ନାମକୁ ଅନ୍ତ୍ୟୋଦୟ ଯୋଜନାରେ ସାମିଲ କରାଯାଇଛି । ଏଥିସହ ତାଙ୍କ ଚଳିବାକୁ ନଗତ ୩୦ ହଜାରଟଙ୍କା, ଚାଉଳ ଓ ରାସନ ସାମଗ୍ରୀ ପ୍ରଦାନ କାରାଯାଇଛି । ପିଡି ଡିଆରଡିଏ ସେ ଥିବା କୁତ୍ରା ବ୍ଲକର କଟଙ୍ଗ ଗାଁରେ ପହଞ୍ଚି ଏହି ସହାୟତା ପ୍ରଦାନ କରିଛନ୍ତି ।
୨୫ ବର୍ଷ ଧରି ନିଖୋଜ ହେବା ପରେ ଗତବର୍ଷ ଜଣାପଡ଼ିଥିଲା ବିରଜୁ ପାକିସ୍ତାନ ଜେଲ୍ରେ ବନ୍ଦୀ ଅଛନ୍ତି। ଏହାପରେ ତାଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହୋଇଥିଲା ପ୍ରକ୍ରିୟା । ଗତ ଅକ୍ଟୋବର ୨୬ରେ ପାକିସ୍ତାନ ଜେଲ୍ରୁ ମୁକୁଳିବା ପରେ ବିରଜୁଙ୍କୁ ପ୍ରଥମେ ପଞ୍ଜାବର ଅମୃତସରକୁ ଅଣାଯାଇଥିଲା । ସେଠାରେ ତାଙ୍କ ଏକ କୋଭିଡ୍ ସେଣ୍ଟରରେ ରଖାଯାଇ ରାଜ୍ୟ ସରକାରଙ୍କୁ ସୂଚିତ କରାଯାଇଥିଲା । ଗତକାଲି ଜିଲ୍ଲା ପଶାସନର ସହାୟତାରେ ସେ ତାଙ୍କ ପରିବାର ନିକଟରେ ପହଞ୍ଚିଥିଲେ ।