ଓଡିଶା

ଏଣିକି ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ସ୍ୱାସ୍ଥ୍ୟ ବିଭାଗ ଅଧୀନରେ କରାଯିବ

ଭୁବନେଶ୍ୱର : ଏବେ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ କାରାଯବ ସ୍ୱାସ୍ଥ୍ୟ ବିଭାଗ ଅଧୀନରେ । ପୂର୍ବରୁ ଏହି ପଞ୍ଜୀକରଣ ନଗର ଉନ୍ନୟନ ବିଭାଗ ଅଧୀନରେ ହେଉଥିଲା । ବର୍ତ୍ତମାନ ରାଜ୍ୟର ୪୩୦ଟି ୟୁନିଟରେ ଏଥିପାଇଁ ସମ୍ପୁର୍ଣ୍ଣ ଭାବେ ଅନଲାଇନ ବ୍ୟବସ୍ଥା କରାଯାଇଛି । ସ୍ୱାସ୍ଥ୍ୟ ବିଭାଗକୁ ଏହି ବ୍ୟବସ୍ଥା ଆସିବା ପୂର୍ବରୁ ରାଜ୍ୟରେ ୩୧୪ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବା ସିଏଚସି ଗ୍ରାମାଞ୍ଚଳରେ ଏହି ବ୍ୟବସ୍ଥା ଥିବା ବେଳେ ଏବଏ ଅତିରିକ୍ତ ୧୧୬ଟି ସହରାଞ୍ଚଳ ୟୁନିଟକୁ ଏହା ବୃଦ୍ଧି କରାଯାଇଛି । ଏପରି ହେବା ଦ୍ୱାରା ଘରେ ହେଉକି ଡାକ୍ତରଖାନାରେ ଜନ୍ମ କିମ୍ବା ପ୍ରାଣ ହାରାଇଥିବା ବ୍ୟକ୍ତି ସହଜରେ ପଞ୍ଜୀକରଣ କରିପାରିବ ।ଏଥିପାଇଁ ଓଡ଼ିଶା ବାର୍ଥ ଏଣ୍ଡ ଡେଥ୍ ରେଜିଷ୍ଟ୍ରେସନ୍ ସିଷ୍ଟମ୍ ବିକଶିତ ହୋଇଥିବା ସୂଚନା ମିଳିଛି।

ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସୂଚନା ଅନୁସାରେ, ଜନ୍ମ/ମୃତ୍ୟୁ ପଞ୍ଜୀକରଣରେ ହେଉଥିବା ବିଳମ୍ବକୁ ଅନ୍ଲାଇନ୍ ବ୍ୟବସ୍ଥା ରୋକିବାରେ ସଫଳ ହେବ। ସେହିପରି ଲୋକମାନଙ୍କୁ ଜନ୍ମ/ମୃତ୍ୟୁ ପଞ୍ଜୀକରଣ ପାଇଁ ଦୂର ସ୍ଥାନକୁ ଯିବାକୁ ପଡ଼ିବ ନାହିଁ। ଲୋକମାନେ ନିଜର ଠିକ୍ ମୋବାଇଲ ନମ୍ବର ଓ ଇ-ମେଲ ଆଇଡି ଜରିଆରେ ଆବଶ୍ୟକ ସୂଚନା ପାଇପାରିବେ। ଘରେ ହେଉଥିବା ମୃତ୍ୟୁର ପଞ୍ଜୀକରଣ ପାଇଁ ସ୍ବାସ୍ଥ୍ୟ କର୍ମୀ, ଆୟୁଷ ମେଡିକାଲ ଅଫିସର ସଂପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁର କାରଣ ଖୋଜିବେ। ପରବର୍ତୀ ସମୟରେ ସ୍ଥାନୀୟ ମେଡିକାଲ ଅଧିକାରୀଙ୍କୁ ଏ ସଂପର୍କରେ ଜଣାଇବେ। ଯାହାଫଳରେ ମୃତ ବ୍ୟକ୍ତିଙ୍କ ପଞ୍ଜୀକରଣ ସହିତ ମୃତକଙ୍କ ଡାକ୍ତରୀ ପ୍ରମାଣ ପତ୍ର ବା ଏମ୍ସିସିଡି ମଧ୍ୟ ମିଳିପାରିବ।

ରାଜ୍ୟରେ ପ୍ରତିବର୍ଷ ସାଢ଼େ ୬ଲକ୍ଷ ଜନ୍ମ ଓ ପ୍ରାୟ ୩ଲକ୍ଷ ମୃତ୍ୟୁ ପଞ୍ଜୀକରଣ ହେଉଛି। ତହିଁରୁ ଅନ୍ଲାଇନ୍ ଆବେଦନ କମ୍ ଥିବା ବେଳେ ଅଫ୍ଲାଇନ୍ ବା କାଗଜପତ୍ରରେ ଅଧିକ ହେଉଛି। ଅନ୍ଲାଇନ୍ ବ୍ୟବସ୍ଥା ଫଳରେ ଲୋକମାନେ ଉଭୟ ପଞ୍ଜୀକରଣ ଓ ସାର୍ଟିଫିକେଟ୍ ମାଗଣାରେ ପାଇପାରିବେ। ଜନ୍ମ/ମୃତ୍ୟୁର ୩ ସପ୍ତାହ ଭିତରେ ପଞ୍ଜୀକରଣ କଲେ ଏଥିପାଇଁ କୌଣସି ଦେୟ ପଡ଼ୁ ନ ଥିବା ବେଳେ ଏହାର ପରବର୍ତୀ ସମୟରେ କିଛି ଦେୟ ଦେବାକୁ ହେବ। ଗ୍ରାମାଞ୍ଚଳରେ ଏହି ବ୍ୟବସ୍ଥାର ସୁପରିଚାଳନା ପାଇଁ କମ୍ପ୍ୟୁଟର, ପ୍ରିଣ୍ଟର ଓ ସ୍କାନର ଯୋଗାଇ ଦିଆଯାଇଛି।

Related posts

ଅଜଣା ଗାଡ଼ି ଧକ୍କାରେ ପରିବା ବିକାଳି ମୃତ

mahabharatanews

ଦୁଇ ବର୍ଷ ହେବ ବିଜୁଳି ଅପେକ୍ଷାରେ ଚଳୁଛନ୍ତି ଗାଙ୍ଗଫୁଲା ଗ୍ରାମବାସୀ

mahabharatanews

ଗତରାତିରେ ନିଆଁ ଲାଗି ୪ ଜଣ ଗୁରୁତର

mahabharatanews