(ଭୁବନେଶ୍ୱର) : ବିଜେପିକୁ ବିଜେଡିର ଟାର୍ଗେଟ । ଦାଗୀ ନେତା ବିଜେପିରେ ସାମିଲ ହେବା ପରେ ବିଜେପି ୱାଶିଁ ମେସିନରେ ଧୋଇ ହୋଇ ସଫା ହୋଇ ଯାଉଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି ବିଜେପି ପାଖରେ ଅନନ୍ୟ ୱାସିଂ ମେସିନ ଅଛି। ବିଜେପି ଓଡ଼ିଶା ଶଖା ବିଜୁ ଜନତା ଦଳକୁ ଟାର୍ଗେଟ କରିବାକୁ ହେଲେ ନେତାଙ୍କ ଉପରେ ଅନେକ ଅଭିଯୋଗ ଲଗାଇଥାଏ। କିନ୍ତୁ ବିଜେଡି ସେହି ନେତାଙ୍କୁ ଦଳରୁ ବହିସ୍କାର କରିବା ପରେ ବିଜେପି ଦଳରେ ମିଶି ସେମାନେ ସ୍ୱଚ୍ଛ ହୋଇ ଯାଆନ୍ତି । ସେହି ଟଙ୍କାକୁ କର୍ମଠ କହି ଟିକେଟ ଦେଇ ବିଜେପି ପୋଷ୍ଟର ବୟ କରେ। ବୈଜୟନ୍ତ ପଣ୍ଡାଙ୍କ ବିରୁଦ୍ଧରେ ଅଭିଯୋଗ ଆଣି ବିଜେଡି କହିଛି ଗରିବ, ନିରୀହ, ଚାଷୀ ଅନୁସୂଚିତ ଜାତିର ଲୋକଙ୍କ ଜମିକୁ ଚଞ୍ଚକତା କରି ବେଆଇନ ଭାବେ ଜବରଦଖଲ କରିଛନ୍ତି। ଖୋର୍ଦ୍ଧା ସାରୁଅ ରେ ଷ୍ଟୁଡିଓ କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ସ୍ଥାନୀୟ ଲୋକେ ଜମି ଫେରାଇବାକୁ ଦାବି କରୁଥିଲେ ବି ଫେରାଉନାହାଁନ୍ତି । ସେହିପରି ବିଜେଡି କହିଛି ବିଜୁଳି ତାରିଫ ନେଇ ବୈଜୟନ୍ତ ଅନେକ କଥା କହୁଥିଲେ ବି ତାଙ୍କର ଓଡ଼ିଶାକୁ ୪୮୦ କୋଟି ଟଙ୍କା ଦେବାକୁ ବାକି ଅଛି। ବିଲ ଦେବାକୁ କୁହାହେବା ବେଳେ ସର୍ବୋଚ୍ଚ ନ୍ୟାୟାଳୟରେ କେସ କଲେ। କେବଳ ସେତିକି ନୁହେଁ ୧୦ ଟି ବଡ ବ୍ୟାଙ୍କ୍ ୨୩ ଶହ କୋଟି ଟଙ୍କାର ଋଣ ଛାଡ କରିଥିଲା। ଏ ପ୍ରସଙ୍ଗରେ ଡିବେଟ କୁ ଆସିବାକୁ ଆହ୍ବାନ କରିଛି ବିଜେଡି। ସେହିପରି ପ୍ରଶାନ୍ତ ଜଗଦେବଙ୍କ ସ୍ଥାନ ବାହାରେ ନୁହେଁ ଜେଲ ରେ ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀକହୁଥିବା ବେଳେ ଏବେ ତାଙ୍କୁ କର୍ମଠ ବୋଲି କହୁଛନ୍ତି। ବିଜେପି କର୍ମୀଙ୍କ ଉପରେ ଗାଡି ଚଢାଇ ମାରିବାକୁ ଉଦ୍ୟମ କରିଥିଲେ ଏବେ ବିଜେପି ୱାଶିଁ ମେସିନ ରେ ସଫା ହୋଇଗଲେ। ପ୍ରଦୀପ ପାଣିଗ୍ରାହୀ ଚାକିରି ନାଁରେ ଠକେଇ କଲେ। ବିଜେପି ନେତା ତାଙ୍କୁ ଚୋର ବୋଲି କହୁଥିଲେ। ଏବେ ବିଜେପି ୱାଶିଂ ମେସିନ ରେ ସଫା ହୋଇଗଲେ। ଜମି ମାଫିଆ, ଗୁଣ୍ଡା, କଳାଧନ ହଡ଼ପ କାରୀଙ୍କୁ ବିଜେପି ସଦାବେଳେ ପ୍ରସୟ ଦିଏ ବିଜେପି। ଏଭଳି ନେତାଙ୍କୁ ବିଜେପି ପ୍ରୋତ୍ସାହନ ଦେଲେ ତଳକୁ ତଳକୁ ଯିବେ।
previous post
