ଗଞ୍ଜାମ / ରଜନୀକାନ୍ତ ପାତ୍ର: ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁକୁଡାଖଣ୍ଡି ବ୍ଳକ ନିମଖଣ୍ଡି ଗ୍ରାମପଞ୍ଚାୟତ ରେ ଗୋପାଳପୁର ବିଜେଡ଼ି ବିଧାୟକ ପ୍ରାର୍ଥୀ ତଥା ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା ଙ୍କ ନେତୃତ୍ବରେ ସାଧାରଣ ଲୋକ ମାନଙ୍କୁ ସାଙ୍ଗରେ ନେଇ ନିମଖଣ୍ଡି ଗ୍ରାମ ପଞ୍ଚାୟତରେ ଆୟୋଜିତ ବୁଥ ସ୍ତରୀୟ କର୍ମୀ ସମ୍ମିଳନୀ ତଥା ନିର୍ବାଚନୀ ସଭାରେ ଉପସ୍ଥିତ ଜନସାଧାରଣଙ୍କୁ ଭୋଟ ଭିକ୍ଷା କରି କରିଥିଲେ । ଏହା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପ୍ରଣୋଦିତ ସମସ୍ତ ଜନ କଲ୍ୟାଣକାରୀ ଯୋଜନା ଗୁଡିକ ବିଷୟରେ ଜଣାଇ ସେଗୁଡ଼ିକର ଲାଭ ଉଠାଇବା ପାଇଁ ପ୍ରବର୍ତ୍ତାଇ ଥିଲେ । ଏଵଂ ଆଗାମୀ ସଧାରଣ ନିର୍ବାଚନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିମନ୍ତେ “ଶଙ୍ଖ ଚିହ୍ନରେ ଦୁଇ ଥର ସୁଇଚ୍ ଟିପି..” ବ୍ରହ୍ମପୁର ଲୋକସଭା ତଥା ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିଜେଡି ବିଧାନସଭା ପ୍ରାର୍ଥୀଙ୍କୁ ଏକ ଦୃଷ୍ଟାନ୍ତକାରୀ ଭୋଟରେ ଜୟଯୁକ୍ତ କରାଇବାକୁ ଅନୁରୋଧ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଥର ପାଇଁ ପୁଣି ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ କରି ଇତିହାସ ସୃଷ୍ଟି କରିବା ପାଇଁ ଆବାଳ ବୃଦ୍ଧବନିତାଙ୍କୁ ବିନମ୍ରତା ପୂର୍ବକ ଶ୍ରୀ ପଣ୍ଡା ଅନୁରୋଧ କରିଥିଲେ। ଏହି ବୁଥ ସ୍ତରୀୟ ପଞ୍ଚାୟତ କାର୍ୟ୍ୟକ୍ରମ ରେ ବିଧାୟକ ପ୍ରାର୍ଥୀ ଙ୍କ ସମେତ କୁକୁଡାଖଣ୍ଡି ବ୍ଳକ ଅଧ୍ୟକ୍ଷ କାମାକ୍ଷ ପ୍ରସାଦ ପାତ୍ର, ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ, ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟ ଓ ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ସରପଞ୍ଚ ଓ ସମିତି ସଭ୍ୟ ଙ୍କ ସହ ବହୁ ବିଜେଡି କର୍ମୀ ଉପସ୍ଥିତ ରହିଆସିଥିଲେ।
previous post
next post
