ଓଡିଶାରାଜନୀତି

ଲେନ୍ସ ସାମ୍ନାରେ ବିଜେଡି ନେତାଙ୍କ ଜବରଦସ୍ତ ଆକ୍ଟିଂ!

ବାଲେଶ୍ୱର ଏଫ୍.ଏମ୍ କଲେଜରେ ଘଟିଥିବା ଘଟଣା, ଯେ ସାଧାରଣ ଥିଲା ତାହା ନୁହେଁ । ଏହା ଅତ୍ୟନ୍ତ ସମ୍ବେଦନଶୀଳ ଥିଲା । ସ୍ୱଚ୍ଚତାର ସହ ଘଟଣାର ତଦନ୍ତ ଏବଂ ଦୋଷୀମାନଙ୍କୁ ଦଣ୍ଡ ଓ ପୀଡିତା ଛାତ୍ରୀଙ୍କ ପରିବାରକୁ ନ୍ୟାୟର ଆବଶ୍ୟକ ରହିଛି । ଏବଂ ଭବିଷ୍ୟତରେ ଏଭଳି ଘଟଣାର ଯେମିତି ପୂନରାବୃତ୍ତି ନ ହୁଏ, ସେଥି ପ୍ରତି ପ୍ରଶାସନ ମଧ୍ୟ ସଚେତନ ରହିବାର ଆବଶ୍ୟକତା ରହିଛି । ହେଲେ ଏବେ ବଡ ଦୁଃଖର କଥା ଏହା ଯେ, ଏଭଳି ଏକ ପ୍ରସଙ୍ଗକୁ ନେଇ ରାଜନୀତି କରିବାକୁ ପଛାଉନି ବିଜୁ ଜନତା ଦଳ । ଯାହାକୁ ଆମେ କହୁନୁ । ବରଂ ସେମାନଙ୍କର ଏହି ଓଭର ଆକ୍ଟିଂକୁ ନେଇ ସାଧରଣରେ ଚର୍ଚ୍ଚା ହେଲାଣି ।

ଗୋଟେପଟେ ବାଲେଶ୍ୱରର ଏହି ଘଟଣା ପରେ, ରାଜ୍ୟ ସରକାର, ତତ୍ପରତାର ସହ ଆକ୍ସନ ନେଇଛନ୍ତି । ଆଭିଯୁକ୍ତ ଏଚ୍.ଓ.ଡିଙ୍କୁ ବାନ୍ଧିବା ସହ ଘଟଣାକୁ ଜାଣିବା ପରେ ମଧ୍ୟ ଅବହେଳା କରିଥିବା ପ୍ରିନ୍ସପାଲଙ୍କୁ ତାଙ୍କ ପଦରୁ ହଟାଯାଇ ଜେଲର ଚାରିକାନ୍ଥକୁ ନିଆଯାଇଛି । ପୀଡିତାଙ୍କ ପରିବାରଙ୍କୁ ମଧ୍ୟ ଏଥିରେ ଜଡିତ ସମସ୍ତ ଦୋଷୀଙ୍କୁ ଛଡା ଯିବନି ବୋଲି ପ୍ରତିଶୃତି ସରକାର ଦେଇଛନ୍ତି । ଏହାସହ  ପୀଡିତୀଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ଅନୁକମ୍ପା ମଧ୍ୟ ଘଷଣା କରିଛନ୍ତି  । ହେଲେ ଏବେ ପ୍ରଶ୍ନ ଉଠୁଛି, ତଥାପି କାହିଁକି ବିଜେଡି କେବଳ ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ଦାବି ପାଖରେ ଅଟକୁଛି? ବିଭାଗୀୟ ମନ୍ତ୍ରୀଙ୍କୁ ଦାୟୀ କରୁଥିବା ବିଜେଡି, ଏ ସବୁ ଘଟଣାକୁ ଜାଣି ଅବହେଳା କରିଥିବା ପ୍ରଶାସନିକ ଅଧିକାରୀଙ୍କୁ କେମିତି ଭୁଲି ଯାଉଛନ୍ତି । କାହିଁକି ସରକାରୀ ବାବୁମାନଙ୍କୁ ନେଇ, ସବୁଜ ନେତାଙ୍କ ମୁହଁରେ ତାଲା ? ଏବଂ ଘଟଣାକୁ ପ୍ରସଙ୍ଗ କରି କେଉଁ ମାଇଲେଜ ନେବାକୁ ଚାହୁଁଛି ବିଜେଡି ?

ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି କରୁଥିବା ବିଜେଡିକୁ ଗୋଟିଏ ପ୍ରଶ୍ନ । ୨୪ ବର୍ଷର ସରକାର ଆସନରେ ବିଜେଡି ବସିଥିବା ବେଳେ, ଅନେକ ଘଟଣା ତ ଘଟିଛି । ପରି, ପୀହୂ, ମମିତା, ରୁଚିକା, ମାଧବୀଲତା, ସ୍ମିତାରାଣୀ, ସସ୍ମିତା, ଇତିଶ୍ରୀ ଓ ବେବିନାଙ୍କ  ଭଳି କେଶରେ ତାଙ୍କର କେତେ ଜଣ ମନ୍ତ୍ରୀ ଇସ୍ତଫା ଦେଇଥିଲେ । ଇସ୍ତଫା ତ ଦୂରର କଥା, କିଛି କେସରେ ତାଙ୍କରି ଦଳର ନେତାଙ୍କ ନାଁ ଉଠିଥିଲେ ମଧ୍ୟ ଚୁପ୍ ବସିଥିଲା ଦଳ । ବାନ୍ଧିବା ତ ଦୂରର କଥା ସେମାନଙ୍କୁ ଆହୁରି ଘଣ୍ଟ ଘୋଡାଉଥିଲେ ସବୁଜରଙ୍ଗର ନେତାମାନେ । ଆଉ ବର୍ତ୍ତମାନର ସରକାର ଯେତେବେଳେ ଦୋଷୀଙ୍କୁ ବାନ୍ଧି ଜେଲକୁ ଆଣିଛନ୍ତି । ପୁଣି ଏହି ସବୁଜ ରଙ୍ଗର ନେତା ରାଜରାସ୍ତାରେ ଗର୍ଜୁଛନ୍ତି । ଯାହାକୁ ଦେଖି ଲୋକମାନେ କହିଲେଣି, ଜାଣି ଜାଣି ଲୋକହସା ହେଉଛି ବିଜେଡି ।

Related posts

ମହୁ ସଂଗ୍ରହ କରିବା ବେଳେ ଗଛରୁ ପଡି ଜଣେ ମୃତ

mahabharatanews

ଶ୍ରୀକ୍ଷେତ୍ର ବିମାନ ବନ୍ଦର ; ୨୧ରୁ ଟେଣ୍ଡର ଆବେଦନ ଆରମ୍ଭ

mahabharatanews

ସାଂସଦ ଅହମଦ ପଟେଲଙ୍କ ପରଲୋକ

mahabharatanews