ଓଡିଶା

ବିଜେଡି ଛାଡିଲେ ବିଧାୟକ ଅରବିନ୍ଦ ଢ଼ାଲି

(ଭୁବନେଶ୍ୱର) :  ବିଜେଡି ଛାଡିଛନ୍ତି ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲି । ଅରବିନ୍ଦ ନିଜର ଇସ୍ତଫା ପତ୍ର ବିଜେଡିର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠେଇ ଦେଇଛନ୍ତି । ଇସ୍ତଫା ପତ୍ରରେ ଦଳ ଛାଡିବା କାରଣ ଦର୍ଶାଇ ନାହାନ୍ତି ଅରବିନ୍ଦ । ଆସନ୍ତାକାଲି ପୂର୍ବାହ୍ନରେ ସେ ବିଜେପିରେ ସାମିଲ ହେବ । ଘର ବାହୁଡ଼ିବା ପରେ ବିଜେଡି ଛାଡିବାର କାରଣ କହିବେ ବୋଲି କହିଛନ୍ତି ଅରବିନ୍ଦ ।

ସୂଚନାନୁଯାୟୀ , ନିଜ ଇସ୍ତଫାପତ୍ର ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କୁ ମେଲ ଯୋଗେ ପଠାଇଛନ୍ତି ଅରବିନ୍ଦ । ଅରବିନ୍ଦ ଢାଲି ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ୬ ଥର ବିଧାୟକ ରହିଛନ୍ତି । ବିଜେଡି-ବିଜେପି ମେଣ୍ଟ ସରକାରରେ ଅରବିନ୍ଦ ମନ୍ତ୍ରୀ ଥିଲେ । ପ୍ରଥମେ ବିଜେପି ଟିକେଟରୁ ସେ ବିଧାୟକ ହୋଇଥିଲେ । ଅରବିନ୍ଦ ପରବର୍ତ୍ତୀ ସମୟରେ ଭାରତୀୟ ଜନଶକ୍ତି ପାର୍ଟି, ସମାଜବାଦୀ ପାର୍ଟି ଏବଂ ବିଜେଡିରେ ସାମିଲ ହୋଇଥିଲେ । ବିଜେଡିରୁ ଦୁଇଥର ସେ ବିଧାୟକ ହୋଇଛନ୍ତି । ଅରବିନ୍ଦ ପୂର୍ବରୁ ମାଲକାନଗିରିରୁ ବିଧାୟକ ହୋଇଥିଲେ । ଉକ୍ତ ସିଟ ସଂରକ୍ଷଣ ହୋଇଯିବା ପରେ ଜୟଦେବରୁ ଛିଡା ହୋଇ ବିଜୟ ହୋଇଥିଲେ ।ତେବେ ୨୦୨୪ ନିର୍ବାଚନ ପୂର୍ବରୁ ଅରବିନ୍ଦ ପୁଣିଥରେ ବିଜେଡି ଛାଡି ବିଜେପି କ୍ୟାମ୍ପକୁ ଫେରିଛନ୍ତି । ତେବେ ଇସ୍ତଫା ଦେବା ପଛରେ ସେଭଳି କୌଣସି ସ୍ପଷ୍ଟ କାରଣ ଦର୍ଶାଇ ନାହାନ୍ତି ଅରବିନ୍ଦ ଢାଲି । ଅରବିନ୍ଦ ଢାଲି ଦଳ ଛାଡିବା ପରେ କହିଛନ୍ତି ଯେ । ଆସନ୍ତାକାଲି ମୋ ଦଳକୁ ଫେରିଯିବି । ବିଜେଡିରୁ କାହିଁକି ଇସ୍ତଫା ଦେଲି କାଲି ବିଜେପିରେ ସାମିଲ ହେବା ପରେ କହିବି ।ମନ ହେଲା, ଇସ୍ତଫା ଦେଲି । ଯାହା ଘଟୁଛି ସବୁ ଇଶ୍ୱରଙ୍କ ଇଚ୍ଛା । ଯାହା ହେବ ଇଶ୍ୱରଙ୍କ ଇଚ୍ଛା ।

Related posts

ଢେଙ୍କାନାଳ ୧୨ ଘଣ୍ଟିଆ ବନ୍ଦ ଡାକରା

mahabharatanews

ନିଆଁ ଲାଗି ୭ ବଖରା ପାଉଁଶ

mahabharatanews

କଟକର ନୂଆ ଡିସିପି ଭାବେ ଦାୟିତ୍ବ ଗ୍ରହଣ କଲେ ପିନାକ୍ ମିଶ୍ର

mahabharatanews