ଓଡିଶା

ବିଜେଡି ଛାଡିଲେ ବିଧାୟକ ଅରବିନ୍ଦ ଢ଼ାଲି

(ଭୁବନେଶ୍ୱର) :  ବିଜେଡି ଛାଡିଛନ୍ତି ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲି । ଅରବିନ୍ଦ ନିଜର ଇସ୍ତଫା ପତ୍ର ବିଜେଡିର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠେଇ ଦେଇଛନ୍ତି । ଇସ୍ତଫା ପତ୍ରରେ ଦଳ ଛାଡିବା କାରଣ ଦର୍ଶାଇ ନାହାନ୍ତି ଅରବିନ୍ଦ । ଆସନ୍ତାକାଲି ପୂର୍ବାହ୍ନରେ ସେ ବିଜେପିରେ ସାମିଲ ହେବ । ଘର ବାହୁଡ଼ିବା ପରେ ବିଜେଡି ଛାଡିବାର କାରଣ କହିବେ ବୋଲି କହିଛନ୍ତି ଅରବିନ୍ଦ ।

ସୂଚନାନୁଯାୟୀ , ନିଜ ଇସ୍ତଫାପତ୍ର ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କୁ ମେଲ ଯୋଗେ ପଠାଇଛନ୍ତି ଅରବିନ୍ଦ । ଅରବିନ୍ଦ ଢାଲି ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ୬ ଥର ବିଧାୟକ ରହିଛନ୍ତି । ବିଜେଡି-ବିଜେପି ମେଣ୍ଟ ସରକାରରେ ଅରବିନ୍ଦ ମନ୍ତ୍ରୀ ଥିଲେ । ପ୍ରଥମେ ବିଜେପି ଟିକେଟରୁ ସେ ବିଧାୟକ ହୋଇଥିଲେ । ଅରବିନ୍ଦ ପରବର୍ତ୍ତୀ ସମୟରେ ଭାରତୀୟ ଜନଶକ୍ତି ପାର୍ଟି, ସମାଜବାଦୀ ପାର୍ଟି ଏବଂ ବିଜେଡିରେ ସାମିଲ ହୋଇଥିଲେ । ବିଜେଡିରୁ ଦୁଇଥର ସେ ବିଧାୟକ ହୋଇଛନ୍ତି । ଅରବିନ୍ଦ ପୂର୍ବରୁ ମାଲକାନଗିରିରୁ ବିଧାୟକ ହୋଇଥିଲେ । ଉକ୍ତ ସିଟ ସଂରକ୍ଷଣ ହୋଇଯିବା ପରେ ଜୟଦେବରୁ ଛିଡା ହୋଇ ବିଜୟ ହୋଇଥିଲେ ।ତେବେ ୨୦୨୪ ନିର୍ବାଚନ ପୂର୍ବରୁ ଅରବିନ୍ଦ ପୁଣିଥରେ ବିଜେଡି ଛାଡି ବିଜେପି କ୍ୟାମ୍ପକୁ ଫେରିଛନ୍ତି । ତେବେ ଇସ୍ତଫା ଦେବା ପଛରେ ସେଭଳି କୌଣସି ସ୍ପଷ୍ଟ କାରଣ ଦର୍ଶାଇ ନାହାନ୍ତି ଅରବିନ୍ଦ ଢାଲି । ଅରବିନ୍ଦ ଢାଲି ଦଳ ଛାଡିବା ପରେ କହିଛନ୍ତି ଯେ । ଆସନ୍ତାକାଲି ମୋ ଦଳକୁ ଫେରିଯିବି । ବିଜେଡିରୁ କାହିଁକି ଇସ୍ତଫା ଦେଲି କାଲି ବିଜେପିରେ ସାମିଲ ହେବା ପରେ କହିବି ।ମନ ହେଲା, ଇସ୍ତଫା ଦେଲି । ଯାହା ଘଟୁଛି ସବୁ ଇଶ୍ୱରଙ୍କ ଇଚ୍ଛା । ଯାହା ହେବ ଇଶ୍ୱରଙ୍କ ଇଚ୍ଛା ।

Related posts

ହିନ୍ଦୋଳ ବଡଶାଳ ଠାରେ ମା ତାରିଣୀଙ୍କ ଝାମୁଯାତ୍ରା

mahabharatanews

ରାଜଧାନୀରେ ରାବଣ ପୋଡିପାଇଁ ୬ଟି ସ୍ଥାନକୁ ଅନୁମତି

mahabharatanews

ଦଙ୍ଗା ସୃଷ୍ଟି କାରିଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ରାଇରଙ୍ଗପୁରରେ ବିଜେପି ତରଫରୁ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା

mahabharatanews