ଓଡିଶା

ପ୍ରେମିକାଠୁ ମନଭରିବା ପରେ ଥାନାର ଦ୍ୱାରସ୍ଥ ବିଧାୟକ!

ଭୁବନେଶ୍ୱର: ଥାନାର ଦ୍ୱାରସ୍ଥ ହୋଇଛନ୍ତି ବିଧାୟକ । ପ୍ରେମିକାଙ୍କଠାରୁ ଛୁଟକାରା ପାଇବାକୁ ଥାନାର ଆଶ୍ରୟ ନେଇଛନ୍ତି ପାଲଲହଡା ବିଧାୟକ ମୁକେଶ ପାଲ । ପ୍ରେମିକାଙ୍କଠୁ ଛୁଟକାରା ପାଇବା ସହ ଭବିଷ୍ୟତର ବିବାଦରେ ନ ପସିବାକୁ ଆଗୁଆ ପଦକ୍ଷେପ ନେଇଛନ୍ତି ବିଧାୟକ । ସମୟ ଥିଲା ଯୁବତୀ ଭଲ ଲାଗୁଥିଲେ । ଯୁବତୀଙ୍କ ସହ ଘଣ୍ଟାଘଣ୍ଟା ପ୍ରେମାଳପ କରୁଥିଲେ, ବ୍ୟକ୍ତିଗତ ଭେଟଘାଟ ମଧ୍ୟ ହୋଇଥିଲା । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ବିଧାୟକଙ୍କ ମୁଡ ଚେଞ୍ଜ ହୋଇଯାଇଥିଲେ ମଧ୍ୟ ପ୍ରେମିକା ଏହି ଚେଞ୍ଜକୁ ଗ୍ରହଣ କରିବାକୁ ନାରାଜ । ବିବାହ କରିବାକୁ ଅଡି ବସିଲେ । ଏମିତି ହେଲା କି ପ୍ରେମିକା ସିଧା ବିଧାୟକଙ୍କ ଘରେ ପହଞ୍ଚି ସେଠାରେ ହାଇଭୋଲ୍ଟର ଡ୍ରାମା କଲେ । ଏସବୁ ଦେଖି ବିଚାରା ବିଧାୟକ ନିଜ ଆସନକୁ ସୁରକ୍ଷିତ ରଖିବାକୁ କୁଆଡେ ଥାନାରେ ଏକ ମାମଲା ରୁଜୁ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ପାଲଲହଡାର ଯୁବ ବିଧାୟକ ମୁକେଶ ପାଲ ଅବିବାହିତ ଅଛନ୍ତି । ବିବାହ ପାଇଁ କନ୍ୟା ଖୋଜା ଚାଲିଛି । ଏପରି ସମୟରେ ଜଣେ ବନ୍ଧୁ ମୟୂରଭଞ୍ଜର ଜଣେ ଆଇନ ଛାତ୍ରୀଙ୍କ ସହ ବିବାହ ପ୍ରସ୍ତାବ ଆଣିଥିଲେ । ବିଧାୟକଙ୍କ ମନକୁ ପାଇଥିଲେ ଯୁବତୀ । ଏହାପରେ ଫୋନ ଯୋଗେ ବାର୍ତ୍ତାଳାପ, ପରେ ପ୍ରେମ ହୋଇଥିଲା । ଏପରି କି ବିବାହ ପାଇଁ ମଧ୍ୟ କୁଆଡେୁ ଯୁବତୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ବିଧାୟକ । କିଛି ମାସ ଚାଟିଂ, ପ୍ରେମାଳାପ, ଭେଟଘାଟ ହୋଇଥିଲା । କିନ୍ତୁ ହଠାତ୍ କଣ ହେଲା ବିଧାୟକଙ୍କ ମନ ପରିବର୍ତ୍ତନ ହେଲା । ସେହି ଯୁବତୀଙ୍କୁ ବିବାହ କରିବାକୁ ଇଛା ହେଲା ନାହିଁ । ତେଣୁ ବାର୍ତ୍ତାଳାପ ପରିମାଣ କମିଲା । ଏହାକୁ ନେଇ ଯୁବତୀ ବିଧାୟକଙ୍କୁ ସନ୍ଦେହ କରିବା ସହ ତୁରନ୍ତ ବିବାହ କରିବାକୁ ଚାପ ପକାଇଥିଲେ । କିନ୍ତୁ ବିଧାୟକ ବିବାହର ନାମ ଧରି ନ ଥିଲେ ।

ଏହାକୁ ନେଇ ପ୍ରଥମେ ଯୁବତୀ କୁଆଡେ ବିଧାୟକଙ୍କୁ ବ୍ଲାକମେଲ କରିବାକୁ ଚେଷ୍ଟା କରିଥିଲେ । ସେଥିରେ ମଧ୍ୟ କିଛି ହେଲା ନାହିଁ । ତେଣୁ ବାଧ୍ୟହୋଇ ଯୁବତୀ ଗତ ୨୫ ତାରିଖରେ ବିଧାୟକଙ୍କ ପାଲଲହଡା ବାସଭବନରେ ପହଞ୍ଚି ଯାଇଥିଲେ ଓ ପରିବାର ବର୍ଗଙ୍କ ଉପରେ ଚାପ ପକାଇଥିଲେ ତାଙ୍କୁ ବୋହୂ ଭାବେ ଗ୍ରହଣ କରିବାକୁ । ବିଧାୟକଙ୍କ ପରିବାର ବର୍ଗ ଯେତେ ବୁଝାଶୁଝା କରିଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା । ଯୁବତୀ ନିଜ ଜିଦରେ ଥିଲେ ନଛୋଡ ବନ୍ଧା । ତେଣୁ ବାଧ୍ୟହୋଇ ବିଧାୟକ ପୁଲିସକୁ ସୂଚିତ କଲେ ଓ ପୁଲିସ ଆସି ଯୁବତୀଙ୍କୁ ନେଇଯାଇଥିଲା ଥାନାକୁ । ସେଠାରେ ବୁଝାଶୁଝା ହେଉ ବା ଅନ୍ୟ କୌଣସି ଉପାୟରେ ଯୁବତୀଙ୍କୁ ଜିଦକୁ କ୍ଷାନ୍ତକରି ଛଡାଯାଇଥିଲା ।

ହେଲେ, ବର୍ତ୍ତମାନ ଦଳ ତଥା ରାଜ୍ୟରେ ଯେଉଁ ପରିସ୍ଥିତି, କେତେବେଳେ କେଉଁ କଥା… ତେଣୁ ଭବିଷ୍ୟତରେ ଯୁବତୀଙ୍କ ପଟରୁ କାଳେ କୌଣସି ଭାବେ ଅଡୁଆର ସମ୍ମୁଖୀନ ହେବେ, ଏହି ଆଶଙ୍କାରେ ବିଧାୟକ ଥାନାରେ ଯୁବତୀଙ୍କ ନାମରେ ଏତଲା ଦେଇଛନ୍ତି । ଅବଶ୍ୟ ବିଧାୟକ ପୁଲିସକୁ ଉଭୟଙ୍କ ମଧ୍ୟରେ ଗଢିଉଠି ଥିବା ସମ୍ପର୍କ ସମ୍ବନ୍ଧରେ ଅବଗତ କରିଛନ୍ତି । ଉଭୟଙ୍କ ମଧ୍ୟରେ ଘଣ୍ଟାଘଣ୍ଟା ପ୍ରେମାଳପ ବିଷୟରେ କହିଛନ୍ତି । କିନ୍ତୁ ସବୁଠାରୁ ବଡ ପ୍ରଶ୍ନ, ଯେଉଁ ଯୁବତୀଙ୍କୁ ବିଧାୟକ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ, ଜଣେ ଜନପ୍ରତିନିଧି ହୋଇ ସମସ୍ତ ଦାୟିତ୍ୱକୁ ପଛରେ ପକାଇ ଘଣ୍ଟାଘଣ୍ଟା କଥା ହୋଇଥିଲେ ତଥା ଆଗକୁ କଣ କରିଥିଲେ ତାହା ତ ଉଭୟଙ୍କୁ ଜଣାଥିବ, ତେବେ ହଠାତ ମନ ପରିବର୍ତ୍ତନ ହେବା ଆଦୌ ଗ୍ରହଣୀୟ ନୁହେଁ ବୋଲି କୁହାଯାଉଛି । ସବୁଠାରୁ ବଡ ପ୍ରଶ୍ନ, ପ୍ରେମ ପକ୍ଷୀ ହୋଇ ଘଣ୍ଟାଘଣ୍ଟା କଥାହେବା, ବିବାହ ପାଇଁ ମନସ୍ଥିର କରିବା ପରେ ଏମିତି କଣ ହେଲା କି ଶେଷରେ ବିଧାୟକଙ୍କୁ ଥାନାର ଆଶ୍ରୟ ନେବାକୁ ପଡିଲା?

Related posts

ଓଟିଡିସିର ୪୧ତମ ପ୍ରତିଷ୍ଠା ଦିବସ ପାଳିତ

mahabharatanews

ଜଗା ଦର୍ଶନ କରିଲେ ଗୋଆ ମୁଖ୍ୟମନ୍ତ୍ରୀ

mahabharatanews

ଛେଳି କ୍ଷୀର ନମୁନାରୁ ବାହାରିଛି କରୋନା ପଜିଟିଭ

mahabharatanews