ଓଡିଶାପାଣିପାଗ

୧୦ ତାରିଖ ଯାଏ କାଳବୈଶାଖୀର ପ୍ରଭାବ ରହିବ

ଝଡବର୍ଷା ଲାଗି ସାମାନ୍ୟ ଆଶ୍ୱସ୍ତି ପାଇଲେ ରାଜ୍ୟବାସୀ। ଉତ୍ତର ଭାରତରେ ଏକାଧିକ ପଶ୍ଚିମା ଝଡ଼ ସକ୍ରିୟ ହେବା ଯୋଗୁଁ ଦେଶର ବିଭିନ୍ନ ରାଜ୍ୟରେ ପାଣିପାଗ ବିଗିଡ଼ିବାକୁ ଯାଉଛି । ତାତିରେ ସମସ୍ତେ ତ୍ରାହି ତ୍ରାହି ଡାକୁଥିଲେ। ଅପରାହ୍ନ ବେଳକୁ ହଠାତ୍ ଆକାଶକୁ କବ୍‌ଜା କରିନେଲା କଳା ବାଦଲ। ଚାହୁଁ ଚାହୁଁ ନିର୍ଧୂମ ବର୍ଷିଲା । ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଦୁଇଟି ନୂଆ ପଶ୍ଚିମା ଝଡ଼ ପ୍ରଭାବରେ ଉତ୍ତର ପ୍ରଦେଶ, ଦିଲ୍ଲୀ, ବିହାର ଏବଂ ଝାଡ଼ଖଣ୍ଡ ସମେତ ଅନେକ ରାଜ୍ୟରେ ପ୍ରବଳ ବର୍ଷା, ବଜ୍ରପାତ ଏବଂ କୁଆପଥର ମାଡ଼ ହେବା ସମ୍ଭାବନା ରହିଛି । ୭ ଏବଂ ୮ ଏପ୍ରିଲରେ ଏହି ପାଣିପାଗ ଗତିବିଧି ତୀବ୍ର ହେବ ବୋଲି ସତର୍କ କରାଯାଇଛି ।

୧୦ ତାରିଖ ଯାଏ କାଳବୈଶାଖୀର ପ୍ରଭାବ ରହିବ। ୪୦ରୁ ୫୦ କିମି ବେଗରେ ପବନ ବ‌ହିବାର ସମ୍ଭାବନା ଅଛି। ବିଶେଷ କରି ୭ ଏପ୍ରିଲରେ କାଶ୍ମୀର ଘାଟିର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ସେହିପରି ମଧ୍ୟ, ପୂର୍ବ ଏବଂ ଦକ୍ଷିଣ ଭାରତରେ ୯ ଏପ୍ରିଲ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଜାରି ରହିବ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ପଶ୍ଚିମ ମଧ୍ୟପ୍ରଦେଶରେ ୮ ଏପ୍ରିଲ ଏବଂ ବିହାରରେ ୬ ଓ ୮ ଏପ୍ରିଲରେ କୁଆପଥର ମାଡ଼ ହେବା ଆଶଙ୍କା ରହିଛି ।

Related posts

ବନ୍ଦ ହେଲା ହୀରାକୁଦର ୧୦ଟି ଗେଟ  

mahabharatanews

କ୍ରୀଡା ବିକାଶ ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ

mahabharatanews

ଘନ କୁହୁଡ଼ି, ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନଚ୍ୟୁଚ

mahabharatanews