ରାଜନୀତି

ବାଲେଶ୍ୱରରେ ବିଜେଡି ବିଜୟର ପୁରୋଧା ହେବେ ବବି!

ଭୁବନେଶ୍ୱର/ ଶିଳାସ୍ମିତା ରାୟ: ଉପନିର୍ବାଚନ ପାଇଁ ବାଲେଶ୍ୱର ଓ ତିର୍ତ୍ତୋଲରେ ସରଗରମ ରାଜନୀତି । ତିର୍ତ୍ତୋଲରେ ବିଜେଡିର ବିଜୟ ନିଶ୍ଚିତ । କିନ୍ତୁ ବାଲେଶ୍ୱର ସଦର ଆସନରେ ମାନସ ଦତ୍ତ ଓ ଯାଜପୁର ବିଧାୟକ ତଥା ଦଳୀୟ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ବା ବବି ଦାଶଙ୍କ ପ୍ରତି ସମସାମୟିକ ନେତାଙ୍କ ଅସୂୟା ଭାବ ବିଜେଡି ପରାଜୟର କାରଣ ହେବ । ସେଠାରେ ବିଜେଡିକୁ ହରାଇବାକୁ ଷଡଯନ୍ତ୍ର ଚଳାଇଛନ୍ତି ବବିଙ୍କ କୁଚକ୍ରୀ । ତେଣୁ ଟିକେଟ ବଣ୍ଟନ ବେଳେ ଏଥିନେଇ ପ୍ରସ୍ତୁତ କରାଯାଇଛି ପ୍ଲଟ । ରବୀନ୍ଦ ଜେନା କି ତାଙ୍କ ପତ୍ନୀଙ୍କୁ ଟିକେଟ ନ ଦେଇ ଜଣେ କାଉନସିଲରଙ୍କୁ ସେଠାରୁ ପ୍ରାର୍ଥୀ କରାଯାଇଛି । ଲକ୍ଷ୍ୟ ରବୀନ୍ଦ୍ରଙ୍କ ଗୋଷ୍ଠୀ ନିର୍ବାଚନରେ ବିଜେଡିକୁ ସହଯୋଗ କରିବେ ନାହିଁ

ରବୀନ୍ଦ୍ର ବାଲେଶ୍ୱରରେ ଜଣେ ପ୍ରତିପତ୍ତିଶାଳୀ ବ୍ୟକ୍ତି । ତାଙ୍କର ସେଠାରେ ବେଶ ପ୍ରଭାବ ରହିଛି । ଟିକେଟରୁ ରବୀନ୍ଦ୍ରଙ୍କୁ ବଞ୍ଚିତ କରି ତାଙ୍କୁ ତଥା ତାଙ୍କ ସମର୍ଥକଙ୍କୁ ଅସନ୍ତୁଷ୍ଟ କରିବାକୁ ବବି ବିରୋଧୀ କରିଛନ୍ତି ଷଡଯନ୍ତ୍ର । ଯଦି ବିଜେଡି ହାରେ ତେବେ ଏଥିନେଇ ବବିଙ୍କୁ ଦାୟୀ କରିବାକୁ ଲକ୍ଷ୍ୟ ରଖାଯାଇଛି । କାରଣ ବବି ଓ ରବୀନ୍ଦ୍ର ସମ୍ପର୍କୀୟ । ସମ୍ପର୍କୀୟଙ୍କ ଟିକେଟ କାଟ ଖାଇବାରୁ ପ୍ରତିଷୋଧ ପରାୟଣ ହୋଇ ବବି ବାଲେଶ୍ୱରରେ ବିଜେଡି ବିରୋଧି କାର୍ଯ୍ୟ କରିଥିବା ଦଳ ସୁପ୍ରିମୋଙ୍କୁ ଅବଗତ କରାଯିବ । କିନ୍ତୁ ଚକ୍ରାନ୍ତକାରୀଙ୍କ ସବୁ ଚକ୍ରାନ୍ତକୁ କୁଆଡେ ବିଫଳ କରିବାରେ ଲାଗିଛନ୍ତି ବବି । ଦଳୀୟ ସୁଭେଚ୍ଛୁଙ୍କ ମତରେ ବର୍ତ୍ତମାନ ବବି ନୀଳକଣ୍ଠ ପାଲଟି ଯାଇଛନ୍ତି । ସବୁ ଜାଣି ମଧ୍ୟ ତାଙ୍କ ଭାବନାକୁ, ଚିନ୍ତାଧାରାକୁ କୁଚକ୍ରିଙ୍କ ଦ୍ୱାରା କ୍ଷୁନ୍ନ କରିବାକୁ ସେ ଚାହୁଁ ନାହାନ୍ତି । ତେଣୁ ସେ ଥିବା ପର୍ଯ୍ୟନ୍ତ କୌଣସି କ୍ଷେତ୍ରରେ ଦଳର ପରାଜୟ ସମ୍ଭବ ନୁହେଁ ବୋଲି ଦଳୀୟ ନେତାଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ଦଳୀୟ କନ୍ଦଳ, ତାଙ୍କ ପ୍ରତି ଚାଲିଥିବା ଚକ୍ରାନ୍ତ ବିଷୟରେ ସବୁ ଜାଣି ମଧ୍ୟ ସେ ଦଳୀୟ ଚକ୍ରାନ୍ତକାରୀଙ୍କ ସହ ଏକ ହୋଇ ଠିଆହୋଇଛନ୍ତି । ବାହାରକୁ ସେ କୌଣସି ପ୍ରକାରର ଅସମତା ଦେଖାଇବାକୁ ଚାହୁଁ ନାହାନ୍ତି, ଯାହା ଦଳ ପାଇଁ କ୍ଷତିକାରକ ସାବ୍ୟସ୍ତ ହେବ ।

ବିଶେଷ ସୂତ୍ରରୁ ଜଣାପଡିଛି, ବବିଙ୍କ ବିରୋଧରେ ଦଳୀୟ ନେତା ଯେଉଁ ଷଡଯନ୍ତ୍ର କରିଛନ୍ତି, ତାର ଟେର ବବିଙ୍କୁ ଲାଗି ସାରିଛି । ସେ କୌଣସି ଉପାୟରେ ବାଲେଶ୍ୱରରେ ବିଜେଡିକୁ ପରାସ୍ତ ହେବାକୁ ଦେବେ ନାହିଁ ବୋଲି ପଣ କରିଛନ୍ତି । ତେଣୁ ବବି ତାଙ୍କ ରାଜନୈତିକ କ୍ଷମତା, କୂଟନୀତି ସବୁ କିଛି ସେଠାରେ ବିଜେଡି ବିଜୟରେ ଲଗେଇ ଦେଇଛନ୍ତି । ଆହୁରି ଶୁଣିବାକୁ ମିଳିଛି, ବବି କଂଗ୍ରେସର ସ୍ଥାନୀୟ ନେତାଙ୍କୁ ନିଜ ପଟକୁ କରିବାରେ ଲାଗିଛନ୍ତି । କଂଗ୍ରେସ ଓ ବିଜେପିରେ ଥିବା ଅସନ୍ତୁଷ୍ଟଙ୍କୁ ନିଜ ସମର୍ଥକଙ୍କ ସହଯୋଗରେ ଚିହ୍ନଟ କରି ସେମାନଙ୍କୁ ବିଜେଡି ପ୍ରତି ଆକୃଷ୍ଟ କରିବାରେ ସକ୍ଷମ ହେବା ସହ କଂଗ୍ରେସ ଓ ବିଜେପି ଭୋଟରଙ୍କୁ ବିଜେଡି ମୁହାଁ କରୁଛନ୍ତି ବବି । ଦଳୀୟ ନେତାଙ୍କ ବବିଙ୍କ ପ୍ରତି ପ୍ରତିଦ୍ୱନ୍ଦ୍ୱିତା ମନୋଭାବ ସତ୍ତେ୍ୱ ଦଳ ପ୍ରତି ବବିଙ୍କ ନିଷ୍ଠାକୁ ନେଇ ବାଲେଶ୍ୱରରେ ଚାଲିଛି ଚର୍ଚ୍ଚା । ବବିଙ୍କ ଅକ୍ଳାନ୍ତ ପରିଶ୍ରମ, ତାଙ୍କ ମେଳାପୀ ସ୍ୱଭାବ ବାଲେଶ୍ୱରରେ ଅନେକ ବିରୋଧୀ ଦଳ କର୍ମକର୍ତ୍ତାଙ୍କୁ ତାଙ୍କ ପ୍ରତି ଆକୃଷ୍ଟ କରୁଛି । ଅନେକ ବିରୋଧୀ କର୍ମକର୍ତ୍ତା ତାଙ୍କୁ ନିଜର ଆଦର୍ଶ ଭାବେ ଗ୍ରହଣ କରିସାରିଛନ୍ତି । ତେଣୁ ବିଜେଡିକୁ ବିଜୟର ମୁକୁଟ ସେଠାରୁ ପିନ୍ଧାଇବାକୁ ସେମାନେ ମଧ୍ୟ ନିଜ ନିଜ ସ୍ତରରେ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ଶୁଣିବାକୁ ମିଳୁଛି, ଯାହା ବିଜେଡିର ବିଜୟକୁ ସୁନିଶ୍ଚିତ କରିଥିବା ସାଧାରଣରେ କୁହାଯାଉଛି । ବାଲେଶ୍ୱର ଉପନିର୍ବାଚନର ତାରିଖ ଯେତିକି ପାଖେଇ ଆସୁଛି, ବବି ସେତିକି ଯୋରଦାର ପ୍ରଚାର କରୁଛନ୍ତି

ଯଦି କୌଣସ ବିଷୟକୁ ନେଇ କେହି ଦୃଢ ନିଶ୍ଚିତ । ହୃଦୟ ସହ ତାକୁ ପାଇବାକୁ ଇଛା କରେ ତେବେ ପୂରା ବିଶ୍ୱ ତା ଇଛା ପୂରଣରେ ସହାୟ ହୁଏ । ଅବଶ୍ୟ ଏହା କୌଣସି ଫିଲ୍ମର ସଂଳାପ, କିନ୍ତୁ ଏଥିରେ ସତ୍ୟତା ଭରି ରହିଛି । ତେଣୁ ବବିଙ୍କ ଦୃଢ ନିଶ୍ଚିତ ଭାବନା ବାଲେଶ୍ୱରରେ ବିଜେଡି ବିଜୟର କାରଣ ହେବ ବୋଲି କୁହାଯାଇଛି । ଖାଲି ବର୍ତ୍ତମାନର ବାଲେଶ୍ୱର ନିର୍ବାଚନ ନୁହେଁ, ପ୍ରତ୍ୟେକ କ୍ଷେତ୍ରରେ ବବି ଦଳ ପ୍ରତି ତାଙ୍କ ପୂରା ଦମ ଲଗାଇ ଦେଇଥାନ୍ତି । ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ହେଉ ଅବା ଦଳକୁ ଲୋକାଦୃତ୍ତ କରିବା, ସବୁ କ୍ଷେତ୍ରରେ ସେ ନମ୍ବର ୱାନ ସାବ୍ୟସ୍ତ ହୋଇଛନ୍ତି । ଏହା ତାଙ୍କର ଦଳ ପ୍ରତି ଆତ୍ମୀୟତା, ସମର୍ପଣ ଭାବ ପାଇଁ ସମ୍ଭବ ହୋଇଥିବା କୁହାଯାଉଛି । ତେଣୁ ବାଲେଶ୍ୱର ସଦର ଉପନିର୍ବାଚନରେ ମଧ୍ୟ ତାଙ୍କ ପରିଶ୍ରମ, ନିଷ୍ଠାର ଫଳ ଦଳକୁ ମିଳିବ । ସେ ସେଠାରେ ମଧ୍ୟ ଦଳର ବିଜୟର ପୂରୋଧା ସାବ୍ୟସ୍ତ ହେବେ ବୋଲି ଆଶା ।

Related posts

କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କ ଟୁଇଟ

mahabharatanews

ଭିଡିଓ କନଫରେନସିଂ ଜରିଆରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

mahabharatanews

ଦେଶରେ ୪୫ ଆସନରେ ହେବ ଉପନିର୍ବାଚନ

mahabharatanews