ଓଡିଶା

ହାଇଦ୍ରାବାଦ ଗଣଦୁଷ୍କର୍ମ ଏବଂ ହତ୍ୟା ପ୍ରତିବାଦରେ ପାରାଦ୍ୱୀପ ବିଜେପି ପକ୍ଷରୁ ଶୋଭଯାତ୍ରା

(ପ୍ରଶାନ୍ତ କୁମାର ସ୍ବାଇଁ /ମହାଭାରତ )ପାରାଦୀପ : ହାଇଦ୍ରାବାଦରେ ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କର ଜଘନ୍ୟ ଗଣଦୁଷ୍କର୍ମ ଓ ନୃଶଂସ ହତ୍ୟାର ପ୍ରତିବାଦରେ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ପାରାଦୀପରେ ଷଣ୍ଢକୁଦ ବିଜେପି କମିଟି ପକ୍ଷରୁ ଷଣ୍ଢକୁଦର ବଙ୍ଗାଳି ପଡାଠାରୁ ଏକ ମହମବତୀ ଶୋଭଯାତ୍ରା ବାହାରି ପାରାଦୀପ ପୌର ପରିଷଦର ଷଣ୍ଢକୁଦରେ ଥିବା ତିନୋଟି ଓ୍ବାର୍ଡର ୧୦ ହଜାର ଲୋକମାନଙ୍କୁ ସଚେତନ କରାଇବା ସହ ଶାନ୍ତିପୂର୍ଣ୍ଣ ଭାବେ ମହମବତୀ ଶୋଭଯାତ୍ରା କରାଯାଇଛି। ଏହି ଶୋଭଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ଷଣ୍ଢକୁଦ ବିଜେପି କାର୍ୟ୍ୟାଳୟ ଠାରେ ପହଞ୍ଚି ଥିଲା। ତେବେ ଦୋଷୀ ମାନଙ୍କୁ ଦୃଷ୍ଟାନ୍ତ ମୂଳକ ଶାସ୍ତି ପ୍ରଦାନ କରିବା ବା ବଳାତ୍କାରୀ ମାନଙ୍କୁ ଫାସୀ ଖୁଣ୍ଟରେ ଝୁଲାଇ ଦେବାକୁ ଷଣ୍ଢକୁଦ ବିଜେପି ପକ୍ଷରୁ ଦାବୀ ହୋଇଛି । ଏହି ମହମବତୀ ଶୋଭଯାତ୍ରା ରେ ଶତାଧିକ ବିଜେପି କର୍ମୀଙ୍କ ସମେତ ଷଣ୍ଢକୁଦ ବାସୀ ମହିଳା ଓ ପୁରୁଷ ସାମିଲ ଥିଲେ।

Related posts

ଆଗକୁ ବଢିବ ସଂକ୍ରମଣ, ଆମେ ପ୍ରସ୍ତୁତ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

mahabharatanews

ଆଜି ବିଶ୍ୱ ଛେନାପୋଡ଼ ଦିବସ

mahabharatanews

ସମୁଦ୍ରରେ ଗାଧୋଉଥିବା ସମୟରେ ଛାତ୍ର ନିଖୋଜ

mahabharatanews