ଓଡିଶା

ପୂର୍ବତନ ଆଇଏଏସ ଅଧିକାରୀ ରବିନାରାୟଣ ଦାସଙ୍କ ଦେହାନ୍ତ

(ଅଜିତ ସାହୁ/ମହାଭାରତ)ଜଳେଶ୍ୱର: ରାଜ୍ୟ ଯୋଜନା ବୋଡ଼ର୍ର ଅଧକ୍ଷ ତଥା ପୂର୍ବତନ ଆଇଏଏସ ଅଧିକାରୀ ରବିନାରାୟଣ ଦାସଙ୍କ ଦେହାନ୍ତ ଘଟିଛି। ସେ ୧୯୭୧ ସିଭିଲ ସର୍ଭିଶ ଗୁଜୁରାଟ କ୍ୟାଡ଼ର ରୁ ଚାକିରୀ ଆରମ୍ଭ କରିଥିଲେ।କେନ୍ଦ୍ରର ଖାଦ୍ୟ ନିଗମର ଯୁଗ୍ମ ସଚିବ, ପ୍ରତିରକ୍ଷା ବିଭାଗର ଅତିରିକ୍ତ ସଚିବ ସହିତ, ରାଜ୍ୟ ଯୋଜନା ବୋର୍ଡ ର ଅଧକ୍ଷ ଥିଲେ। ବହୁ ଗୁରୁତୁ ପୂର୍ଣ୍ଣ ପଦବୀ ନିଷ୍ଠା ଓ ଦାୟିତ୍ୱ ସହକାର ତୁଲାଇ ସରକାର,ପ୍ରଶାସନ, ସାଧରଣ ଲୋକଙ୍କର ଅତି ନିକଟତର ହୋଇପାରିଥଲେ। ସେ ହଠାତ ଅସୁସ୍ଥ ହୋଇ କୋଲକାତା ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସା ଧୀନ ଥିଲେ । ତେବେ ଗତ କାଲି ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ମୃତୁ ଶଯ୍ୟା ନିକଟରେ ପରିବାର ବର୍ଗ,ଆତ୍ମୀୟ ସ୍ୱଜନ, ସହିତ ପଶ୍ଚିମ ବଙ୍ଗର ବହୁ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଆଜି ତାଙ୍କ ମୃତୁ ଶରୀରକୁ କୋଲକାତା ରୁ ନିଜ ଜନ୍ମ ମାଟି ନାବ୍ରା ଏବଂ ପରେ ବାଲେଶ୍ୱର କୁ ଅନ୍ତିମ ଦର୍ଶନ ପାଇଁ ନିଆଯାଇ ଥିଲା । ଏହି ସମୟରେ ସମାଜ ସେବୀ, ଶିକ୍ଷକ, ସାମ୍ବାଦିକ, ସହିତ ବହୁ ଶିକ୍ଷାନୁଷ୍ଠାନ, ସଂଗଠନ ପକ୍ଷରୁ, ପୁଷ୍ପ ମାଲ୍ୟ ଦେଇ ଶେଷ ଦର୍ଶନ କରିବା ସହିତ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ତାଙ୍କ ମୃତ୍ୟୁରେ ବସ୍ତା, ବାଲିଆପାଳ,ଜଳେଶ୍ୱର,ଭୋଗରାଇ ସମେତ ବାଲେଶ୍ୱର ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି।

Related posts

ସ୍ୱାଧୀନତା ଆନ୍ଦୋଳନରେ ବୋଲଗଡ଼ର ଅବଦାନ ସମ୍ପର୍କରେ ଆଲୋଚନା ଚକ୍ର

mahabharatanews

ପରିକ୍ରମା ପ୍ରକଳ୍ପ ପାଇଁ ଜମି ଦାନ କରିଥିବା କ୍ଷତିଗ୍ରସ୍ତ ଦୋକାନୀଙ୍କୁ ମିଳିବ ଦୋକାନ

mahabharatanews

ଡମ୍ପର ଧକ୍କାରେ ବୃଦ୍ଧା ମୃତ

mahabharatanews