ଓଡିଶା

ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡ଼ିକୁ ଆକ୍ରମଣ

ଭୁବନେଶ୍ୱର: ବଲାଙ୍ଗିର ଲୋଇସିଂହାର ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡ଼ିକୁ ଆକ୍ରମଣ ହୋଇଛି । ବଲାଙ୍ଗିର-ସମ୍ବଲପୁର NH-୨୬ର ବୁର୍ଡା ଛକରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ବିଧାୟକଙ୍କ ଗାଡ଼ି ଉପରକୁ ଦୁଇଜଣ ଯୁବକ ଢେଲାମାଡ କରିଛନ୍ତି । ପଥର ମାଡ଼ରେ ବିଧାୟକଙ୍କ PSO ଓ ଗାଡ଼ିର ଡ୍ରାଇଭର ଆହତ ହୋଇଛନ୍ତି । ଉଭୟଙ୍କୁ ଲୋଇସିଂହା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଧାୟକ ମୁକେଶ ମହାଲିଙ୍ଗ ଗାଡିର ପଛ ସିଟରେ ବସିଥିବାରୁ ସୁରକ୍ଷିତ ଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ ସେ ବାଦିବାହାଲରୁ ନିଜ ଗାଁକୁ ଫେରୁଥିବା ବେଳେ ତାଙ୍କ ଗାଡି ଉପରକୁ ଆକ୍ରମଣ ହୋଇଥିଲା ।

Related posts

୫ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ

mahabharatanews

୧୪ରୁ ୧୬ ଭୀଷଣ ବର୍ଷିବ

mahabharatanews

ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ପକ୍ଷରୁ ଚାଷୀ ସମାବେଶ ଅନୁଷ୍ଠିତ

mahabharatanews