ଓଡିଶା

ବିଜେପିର ହର ଘର ତ୍ରିରଙ୍ଗା ପଦଯାତ୍ରା ଉଦଯାପିତ

କାକଟପୁର/ଆର୍ଯ୍ୟ ବିଶ୍ୱାଳ : ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ତଥା ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଇଛି  । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ “ହର ଘର ତ୍ରିରଙ୍ଗା “ଆହ୍ୱାନ କ୍ରମେ ଭାରତୀୟ ଜନତା ପାର୍ଟି ପକ୍ଷରୁ ପୁରୀ ଜିଲ୍ଲା  ଡେଲାଙ୍ଗ ବେରବୋଇ ଗାନ୍ଧୀ ପୀଠରୁ ଏହି ତ୍ରିରଙ୍ଗା ପଦଯାତ୍ରା ଶୁଭାରମ୍ଭ ହୋଇଛି।

ଆଜି କାକଟପୁର ମଙ୍ଗଳା ପୀଠରୁ ବାହାରି ଅସ୍ତରଙ୍ଗ କୁହୁଡି ଲବଣ ସତ୍ୟାଗ୍ରହ ପୀଠନିକଟରେ ପଦଯାତ୍ରା ଉଦୁଯାପିତ ହୋଇଛି. ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ଆରମ୍ଭ ହୋଇଥିବା ପଦ ଯାତ୍ରା ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ଉପସଭାପତି ପ୍ରଭାତୀ ପରିଡା, ପୁରୀ ଜିଲ୍ଲା ପୂର୍ବତନ ଯୁବ ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ପୂର୍ବତନ ବିଧାୟକ ବାଇଧର ମଲ୍ଲିକ ସହ ଅନେକ ବିଜେପି କର୍ମୀ ସାମିଲ ଥିଲେ।

Related posts

ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରା ନଷ୍ଟ ନହେବା ପାଇଁ ଦାବି ରଖିଛି ବିଶ୍ୱ ହିନ୍ଦୁ ପରିଷଦ

mahabharatanews

 ୧ହଜାର ଷ୍ଟିଲ ପାତ୍ରରେ ଗଣପତିବାବା

mahabharatanews

ରାଜ୍ୟ ସରକାରଙ୍କୁ ବିଧାୟକ ଓ ସାଂସଦଙ୍କ ଅପରାଧିକ ତଥ୍ୟ ରାଜ୍ୟ ସରକାରଙ୍କୁ ମାଗିଲେ ହାଇକୋର୍ଟ

mahabharatanews