ଓଡିଶା

ରାଜ୍ୟ ସରକାରଙ୍କୁ ବିଧାୟକ ଓ ସାଂସଦଙ୍କ ଅପରାଧିକ ତଥ୍ୟ ରାଜ୍ୟ ସରକାରଙ୍କୁ ମାଗିଲେ ହାଇକୋର୍ଟ

କଟକ: ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ, ଯେଉଁ ସାଂସଦ ଓ ବିଧାୟକ ତଥା ପୂର୍ବତନ ସାଂସଦ ଓ ବିଧାୟକଙ୍କ ବିରୋଧରେ କୌଣସି ବି ବିଚାରାଧୀନ ମାମଲା ରହିଛି, ସେ ସଂପର୍କିତ ସବିଶେଷ ବିବରଣୀ ଦାଖଲ କର । ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ ଡକ୍ଟର ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ହାଇକୋର୍ଟ ରେଜିଷ୍ଟ୍ରାର (ଜୁଡିସିଆଲ)ଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ସେପ୍ଟେମ୍ବର ୧୬, ୨୦୨୦ରେ ରାଜନେତାଙ୍କ ବିରୋଧରେ ବିଚାରାଧୀନ ଅପରାଧିକ ମାମଲା ପ୍ରସଂଗରେ ଶୁଣାଣି କରି ପ୍ରଦାନ କରିଥିବା ନିର୍ଦ୍ଦେଶ ଆଧାରରେ ହାଇକୋର୍ଟ ନିଜ ଆଡୁ ଏହି ମାମଲା ରୁଜୁ କରିଛନ୍ତି।
ଏଥିସହ କେଉଁ ମାମଲାର ବିଚାର ପ୍ରକ୍ରିୟା ଉପରେ ଉପର କୋର୍ଟ ରହିତାଦେଶ ଜାରି କରିଛନ୍ତି ସେ ସମ୍ପର୍କରେ ମଧ୍ୟ ନିର୍ଦ୍ଦିଷ୍ଟ ଭାବେ ବିବରଣୀ ସତ୍ୟପାଠରେ ଉଲ୍ଲେଖ କରିବାକୁ ରେଜିଷ୍ଟ୍ରାର ଜେନେରାଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅକ୍ଟୋବର ୧୯ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବା ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି । ଏପରି ମାମଲା ଗୁଡିକର ତ୍ବରିତ ଶୁଣାଣି ସୁନିଶ୍ଚିତ କରିବା ପାଇଁ ପ୍ରଦାନ କରାଯାଇଥିବା ଭିତ୍ତିଭୂମି ପ୍ରସଂଗରେ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

Related posts

ଭାଲୁ ଆକ୍ରମଣରେ ଜଣେ ମୃତ ଅଭିଯୋଗ , ସରକାରୀ ସହାୟତା ଦାବି କଲେ ପରିବାର

mahabharatanews

ସତ୍ୟବାଦୀରେ ବ୍ଲକ ସ୍ତରୀୟ ଚିତ୍ରାଙ୍କନ, ନୃତ୍ୟ ପ୍ରତିଯୋଗିତା

mahabharatanews

ଓଡିଶା ଗ୍ରସ୍ତର ଅନ୍ତିମ ଦିନରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ 

mahabharatanews