ଓଡିଶା

 ଓଡ଼ିଶା ଜଙ୍ଗଲରେ ବିରଳ କଳାବାଘ

(ଓଡିଶା) : ଓଡ଼ିଶା ଜଙ୍ଗଲରେ ପୁଣିଥରେ ଦେଖିବାକୁ ମିଳିଲା କଳାବାଘ। ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ବାଘ ଗଣନା ସମୟରେ କ୍ୟାମେରା ଟ୍ରାପ୍‌ରେ କଳା ରଙ୍ଗର ଏକ କଲରାପତରିଆ ବାଘ ଦେଖିବାକୁ ମିଳିଛି। ଏ ସମ୍ପର୍କରେ ପିସିସିଏଫ୍‌(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ ‘ଏକ୍ସ’ ମାଧ୍ୟମରେ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ ,  ଜାନୁଆରି ୧୫ ସୁଦ୍ଧା ରାଜ୍ୟ ସରକାରଙ୍କ ବାଘ ଗଣନା ରିପୋର୍ଟ ଆସିବାକୁ ଥିବାରୁ ତା’ପୂର୍ବରୁ ଏଭଳି ଖବର ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ମଧ୍ୟରେ ଉତ୍ସାହ ଭରିଛି। ଜଣେ କହିଛନ୍ତି ଯେ ନୟାଗଡ଼ ଜିଲ୍ଲା ଦଶପଲ୍ଲାର ବନୀଗୋଚ୍ଛାଠାରେ ଦୁଇ ବର୍ଷ ତଳେ କଳା କଲରାପତରିଆ ବାଘ ଦେଖିବାକୁ ମିଳିଥିଲା। ତେଣୁ ନୂଆ କଥା କିଛି ନାହିଁ। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ସମେତ କଳାହାଣ୍ଡି ଜିଲ୍ଲାରେ ମଧ୍ୟ କଳା ରଙ୍ଗର ବାଘ ଠାବ କରାଯାଇଥିଲା। କଳାବାଘକୁ ନେଇ ଉତ୍ସାହିତ ହେବା ସହିତ ସେମାନଙ୍କ ଭବିଷ୍ୟତ ସୁରକ୍ଷା ଦିଗରେ ପଦକ୍ଷେପ ନେବାକୁ ଲୋକେ ମତ ଦେଇଛନ୍ତି ।

Related posts

୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଫସଲ ନଷ୍ଟ

mahabharatanews

ଆଜିଠୁ ରାତିରେ କମିବ ତାପମାତ୍ରା

mahabharatanews

ରାଜ୍ୟରେ କମିଛି କରୋନା ସଂକ୍ରମଣ; ୧୮୦ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews