ଓଡିଶା

ଉନ୍ନତ କାର୍ଯ୍ୟ ପାଇଁ ବ୍ଲକ କର୍ମଚାରୀଙ୍କୁ ପୁରସ୍କୃତ କରିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ

ଗଞ୍ଜାମ : ବେଗୁନିଆପଡା ପଞ୍ଚାୟତ ସମିତିର ସମ୍ମିଳନୀ କକ୍ଷରେ ବିଡିଓ ପ୍ରଜ୍ଞା ପ୍ରିୟଦର୍ଶିନୀଙ୍କ ତତ୍ୱାବଧାନ ରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । କର୍ମଚାରୀଙ୍କୁ ଉତ୍ସାହିତ କରିବା ଏବଂ ଉନ୍ନତ କାର୍ଯ୍ୟ କରିବା ପାଇଁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ପୁରସ୍କୃତ କରାଯାଇଛି । ବେଗୁନିଆପଡା ବ୍ଲକ ର ସଫଳତମ କନିଷ୍ଠ ଯନ୍ତ୍ରୀ ଭାବେ ନରହରି ମୁଣ୍ଡିଆ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ ସୁଦାମ ପ୍ରଧାନ, ଗ୍ରାମ ରୋଜଗାର ସେବକ ଭାବେ ସୀତାରାମ ପଟ୍ଟନାୟକ ଓ ପ୍ରଶାନ୍ତ ପାଲାଇ , ବିଏଫଟି ଗୌରହରି ଜେନାଙ୍କୁ ବ୍ଲକ ଅଧକ୍ଷା ରେଣୁ ଗୌଡ଼ ଓ ଉପାଧ୍ୟକ୍ଷ ସୁଧାକର ପ୍ରଧାନ ପୁରସ୍କୃତ କରିଥିଲେ । ଏହି ପୁରସ୍କାର ଆହୁରି ସଫଳ କାର୍ୟ୍ୟ କରିବା ପାଇଁ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ବିଡିଓ ପ୍ରଜ୍ଞା ପ୍ରିୟଦର୍ଶିନୀ ।

ଆଜିର ଏହି ସମୀକ୍ଷା ବୈଠକରେ ବିଭିନ୍ନ ସରକାରୀ ଯୋଜନା ର ଅଗ୍ରଗତି ତଥା ପାନୀୟ ଜଳ ଯୋଗାଣ,ବିଭିନ୍ନ ପଞ୍ଚାୟତ ରେ ଅଚଳ ନଳକୂପ ର ମରାମତି ସହ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷା ,ଏବିଡିଓ ନିରଞ୍ଜନ ବେହେରା, ସହକାରୀ ଯନ୍ତ୍ରୀ ଶାଲା ସଙ୍ଗିତା ଟୁଡୁ, ଏ ପି ଓ ସୁଶୀଲ କୁମାର ପଟନାୟକ , ଅଶୋକ କୁମାର ଜେନାଙ୍କ ସମେତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Related posts

୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

mahabharatanews

ଉଦଳା ବିଜେଡି ପକ୍ଷରୁ ମାସ୍କ, ସାବୁନ ବଣ୍ଟନ

mahabharatanews

ଆଜିଠୁ ବଲାଙ୍ଗୀର ୪ ଦିନ ସଟଡାଉନ

mahabharatanews