ଓଡିଶା

୩ଦଫା ଦାବିରେ ରାଜପଥ ଅବରୋଧ

ଢେଙ୍କାନାଳ:ରୋଧ କରିଛନ୍ତି ଗ୍ରାମବାସୀ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମୁଣ୍ଡେଇଲ ଛକ ନିକଟରେ ୩ ଦଫା ଦାବିରେ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଗେଲ୍ହେଇ କାଟେଣୀ ଗ୍ରାମବାସୀ । ଅଭିଯୋଗ ମୁତାବକ ମୁଣ୍ଡେଇଲ ଛକ ନିକଟରେ ଥିବା ଟୋଲଗେଟ ଦେଇ କ୍ଷେତ କୁ ଚାଷୀଙ୍କ ଶଗଡ଼ ନେବା ଆଣିବା ପାଇଁ ଏକ ସ୍ୱତନ୍ତ୍ର ରାସ୍ତା ନିର୍ମାଣ ଓ ଟୋଲ ଗେଟ ର ନାମ ଖଇରାମୁଣ୍ଡା କୁ ପରିବର୍ତ୍ତନ କରି ଗେଲ୍ହେଇ କାଟେଣୀ କରିବା ଆଦି ୩ଦଫା ଦାବି ରେ ରାସ୍ତା ରୋକ କରିଛନ୍ତି ଗ୍ରାମବାସୀ । ଫଳରେ ରାସ୍ତା ର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଛି । ଯାହାଫଳରେ ତାଳଚେର -ଡ଼ୁବୁରୀ ଯାତାୟାତ ଏକ ପ୍ରକାର ଠପ ହୋଇଯାଇଛି । ସେପଟେ ଘଟଣା ସ୍ଥଳରେ ପୋଲିସ ପହଂଚି ଗ୍ରାମବାସୀଙ୍କୁ ବୁଝାସୁଝା ଜାରି ରଖିଛନ୍ତି ।

 

Related posts

ବର୍ଷା ପାଣି ନିଷ୍କାସନ ପାଇଁ ରାସ୍ତା ହାଣିଲେ ଗ୍ରାମବାସୀ

mahabharatanews

ଅଗଷ୍ଟ ୧୬ରୁ ସାରା ରାଜ୍ୟରେ ବସ୍‌ ଚଳାଚଳ ବନ୍ଦ !

mahabharatanews

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

mahabharatanews