ଅପରାଧଓଡିଶା

ଯାତ୍ରା ପଡ଼ିଆରେ ରକ୍ତପାତ, ମହାଭାରତ ଦେଖୁ ଦେଖୁ ରଣକ୍ଷେତ୍ର ପାଲଟିଲା ଗ୍ରାମ

ମହାଭାରତ ଦେଖୁ ଦେଖୁ ସୃଷ୍ଟି ହେଲା ମହାଭାରତ। ରଣକ୍ଷେତ୍ର ପାଲଟିଲା ଗାଁ, ପଥର ଓ ଠେଙ୍ଗା ମାଡ଼ରେ ୧୦ରୁ ଉର୍ଦ୍ଧ୍ୱ ଗୁରୁତର ଆହତ। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ମାର୍କଣ୍ଡି ଗ୍ରାମରେ। ସୂଚନା ଅନୁଯାୟୀ, ମାର୍କଣ୍ଡି ଗ୍ରାମରେ ଠାକୁରାଣୀ ଯାତ୍ରା ଚାଲିଥିବାରୁ ସାରା ଗାଁ ଉତ୍ସବମୁଖର ଥିଲା। ODRP କଲୋନୀ ନିକଟରେ ଦୁଇଟି ଅଲଗା ଅଲଗା ମହାଭାରତ ଦଳ ନାଟକ ପ୍ରଦର୍ଶନ କରୁଥିଲେ। ବିଳମ୍ବିତ ରାତିରେ କୌଣସି କାରଣକୁ କିଛି ଯୁବକଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା। ଉଭୟ ଗୋଷ୍ଠୀର ଯୁବକମାନେ ଉତ୍ତ୍ୟକ୍ତ ହୋଇ ପରସ୍ପର ଉପରକୁ ପଥର ମାଡ଼ କରିବା ସହ ଠେଙ୍ଗା ଓ ବାଡ଼ିରେ ଆକ୍ରମଣ କରିଥିଲେ।

ଏଥିରେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ସେମାନଙ୍କୁ ତୁରନ୍ତ ବ୍ରହ୍ମପୁରର MKCG ମେଡିକାଲରେ ଭର୍ତ୍ତି କରାଯାଇଛି। ଗୋଳନ୍ଥରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ଆୟତ୍ତ କରିବା ସହ ତଦନ୍ତ ଆରମ୍ଭ କରିଛି। କେଉଁ କାରଣ ପାଇଁ ଏହି ବିବାଦ ହେଲା ଏବଂ ଏହା ପଛରେ କାହାର ହାତ ଅଛି, ସେ ନେଇ ପୋଲିସ ପଚରାଉଚରା ଚଳାଇଛି।

Related posts

ସିଏଏ ବିରୋଧକୁ ଉସକାଉଥିବା ଏକ ଆତଙ୍କୀ ଦମ୍ପତି ଗିରଫ

mahabharatanews

ବିଦ୍ୟୁତ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

mahabharatanews

ଜାତିସଂଘ ପକ୍ଷରୁ କିସ୍‌କୁ ବିଶ୍ୱର ଶ୍ରେଷ୍ଠ ସାକ୍ଷରତା ପୁରସ୍କାର ମିଳିଛି

mahabharatanews