ବୁଧବାର ଧାମନଗର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ୍ ଗସ୍ତ କାର୍ଯ୍ୟକ୍ରମରେ ପୂର୍ତ୍ତ ବିଭାଗର ବିଭିନ୍ନ ରାସ୍ତା ଓ ବାଇପାସ୍ ପ୍ରକଳ୍ପର ସମୀକ୍ଷା କରିଥିଲେ ଚିଫ୍ ଇଞ୍ଜିନିୟର ଧ୍ୟାନଚାନ୍ଦ ନାୟକ, ଇଞ୍ଜିନିୟର ଦେବୀପ୍ରସନ୍ନ ଘୋଷ ଓ ବିଭାଗୀୟ ଅଧିକାରୀମାନଙ୍କ ସହ ଧାମନଗର ଅଞ୍ଚଳର ଦୀର୍ଘଦିନର ରାସ୍ତା ସମସ୍ୟା ଓ ଯାତାୟାତ ବ୍ୟବସ୍ଥା ସୁଧାର ନେଇ ବିସ୍ତୃତ ଆଲୋଚନା ହୋଇଥିଲା | ସମୀକ୍ଷା ହୋଇଥିବା ପ୍ରମୁଖ ପ୍ରକଳ୍ପ ମଧ୍ୟରେ କୋଠାର ବାଇପାସ୍, କୋଠାର-ଧାମନଗର ରାସ୍ତା, ଧାମନଗର-ବାରିକପୁର ରାସ୍ତା ଓ ଧାମନଗର ଫଳପୁର ରାସ୍ତା ବତାଳିଗାଁଠାରେ ପୂର୍ତ୍ତ ବିଭାଗ ଡାକବଙ୍ଗଳାର ପୁନଃ ଉଦ୍ଧାର ରହିଥିଲା । ବିଶେଷକରି କୋଠାର-ନସଲାପୁର ର ବାଇପାସ୍ ରାସ୍ତା ଦୀର୍ଘଦିନ ଧରି ଲୋକଙ୍କ ମୁଖ୍ୟ ଦାବି ହୋଇଆସୁଥିଲା।
ରାସ୍ତାର ସାଧାରଣ ଲାକ ଓ ଯାତ୍ରୀମାନେ ବହୁତ ହଇରାଣ ହେଉଥିବା ବେଳେ, ଏହି ବାଇପାସ୍ ନିର୍ମାଣ ପାଇଁ ସ୍ଥାନୀୟ ଲୋକଙ୍କ ଦୀର୍ଘଦିନର ଦାବି ରହିଥ୍ଲା | ମନ୍ତ୍ରୀ ଶ୍ରୀ ସୂରଜ ସୂଚନା ଦେଇଥିଲେ ଯେ, ବିଭିନ୍ନ ରାସ୍ତା ପ୍ରକଳ୍ପ ଡିପିଆର ପ୍ରସ୍ତୁତି କାମ ସରିଛି। ଜମି ଅଧିଗ୍ରହଣ ପ୍ରକ୍ରିୟା ସମାପ୍ତ ହେବା ପରେ ଖୁବ୍ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯାଇ କାମ ଆରମ୍ଭ କରାଯିବ ବୋଲି ସେ କହିଥିଲେ। ଏହି ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକାରିତା ହେଲେ ଧାମନଗର ଅଞ୍ଚଳର ଯାତାୟାତ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆସିବା ସହ ସାଧାରଣ ଲୋକଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବ ବୋଲି ଆଶା କରାଯାଉଛି |
