ଓଡିଶା

ଡେଙ୍ଗୁ ଆତଙ୍କ ; ଆଜିଠୁ ଚେକିଂ ଆରମ୍ଭ କରିଛି BMC

(ଭୁବନେଶ୍ୱର) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ଆତଙ୍କ  ।  ଆଜି ଠୁ କଡ଼ାକଡ଼ି ଚେକିଂ ଆରମ୍ଭ କରିଛି BMC ।  ଘର ଘର ବୁଲିବେ, ଯାହା ଘର ବା ଘର ନିକଟରେ ଡେଙ୍ଗୁ ମଶା ବାହାରିବ ତା ଉପରେ ପଡ଼ିବ ଫାଇନ୍ । ଏ ନେଇ ରାଜଧାନୀର ବିଭିନ୍ନ ସ୍ଥାନରେ ଡେଙ୍ଗୁ ପ୍ରତିକାର ପାଇଁ ଜ୍ରାଇଭ୍ ଆରମ୍ଭ କରିଛି ବିଏମସି ।

ସୂଚନାନୁଯାୟୀ , ୧୦ ରୁ ଅଧିକ ଫଗିଂ ଟିମ୍ ମୁତୟନ ହୋଇଛନ୍ତି । ସବୁ ୱାର୍ଡ୍‌ରେ ପକାଯିବ ମଶା ତେଲ । ସେପଟେ ବିଏମସି କମିଶନର କହିଛନ୍ତି ଏମିତି କରିବା ପଛରେ ଲକ୍ଷ୍ୟ ଅର୍ଥ ଆଦାୟ ନୁହେଁ । ଲୋକଙ୍କୁ ସଚେତନ କରିବା ବିଏମ୍‌ସିର ମୂଳଲକ୍ଷ୍ୟ । ଆଉ ଯଦି ଡେଙ୍ଗୁ ଅଡିଟ୍‌ ବେଳେ ଧରାପଡିବେ ଘର ପାଇଁ ୧୦୦୦ ଓ ଅନୁଷ୍ଠାନ ପାଇଁ ୫୦୦୦ ଫାଇନ ପୂର୍ବରୁ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଆଦାୟ କରାଯିବ । ପୂର୍ବରୁ ଡେଙ୍ଗୁ ଦମନ ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲା ବିଏମ୍‌ସି । ଘରୁ ମଶା ବାହାରିଲେ ଗୃହକର୍ତ୍ତା 1000 ଟଙ୍କା ତଣ୍ଡ ଗଣିବେ ବୋଲି କୁହାଯାଇଥିଲା । ଖାଲି ସେତିକି ନୁହେଁ ସରକାରୀ-ବେସରକାରୀ କାର୍ଯ୍ୟାଳୟରୁ ମଶା ବାହାରିଲେ 5000 ଟଙ୍କା ଫାଇନ୍ କାଟିବାକୁ ହେବ ।

Related posts

ଅଧ୍ୟାପିକା ରୁକ୍ମଣୀଙ୍କ ମୃତ୍ୟୁକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ

mahabharatanews

ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳନ

mahabharatanews

ସୀମା ଟପିଲା ତାପମାତ୍ରା ; ସମ୍ବଲପୁରରେ ପାରଦ ୪୬.୧ ଡିଗ୍ରି

mahabharatanews