ଭୁବନେଶ୍ୱର/ସରୋଜ ରାଉତ: ବାରମ୍ବାର କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଭୁବନେଶ୍ୱର ସାଂସଦ ଅପରାଜିତ ଷଡଙ୍ଗୀଙ୍କ ବିରୋଧରେ ବିଏମସି ଓ କମିଶନରେଟ ପୁଲିସ ପକ୍ଷରୁ ନିଆଯାଇଛି ପଦକ୍ଷେପ । ଆଜି ସାଂସଦଙ୍କ ପଳାଶପଲ୍ଲୀ ଏ-୫୬ରେ ଥିବା କାର୍ଯ୍ୟାଳୟକୁ ସିଲ କରିବାକୁ ବିଏମସି ଦେଇଛି ନିର୍ଦ୍ଦେଶ । ବିଏମସି ଦର୍ଶାଇଛି, ପୂର୍ବରୁ ସ।।ଂସଦ କୋଭିଡ ନିୟମ ଉଲ୍ଲଙ୍ଘନ କରିବାକୁ ନେଇ ଏକାଧିକ ନୋଟିସ ହୋଇଛି । କିନ୍ତୁ ନୋଟିସକୁ ବେଖାତିର କରି ସାଂସଦ କୋଭିଡ ନିୟମର ବାରମ୍ବାର ଉଲ୍ଲଙ୍ଘନ କରି ଚାଲିଛନ୍ତି ।
ଗତ ଗୁରୁବାର ସାଂସଦଙ୍କ ଜନ୍ମ ଦିନ ଏହି କାର୍ଯ୍ୟାଳୟରେ ଶତାଧିକ ସମର୍ଥକଙ୍କ ଗହଣରେ ପାଳନ କରାଯାଇଥିଲା । ଜନ୍ମଦିନର ଭିଡିଓ ଭାଇରାଲ ମଧ୍ୟ ହୋଇଥିଲା ସୋସିଆଲ ଗଣମାଧ୍ୟମରେ । ଭିଡିଓରେ ସମର୍ଥକ ତଥା ନିଜେ ସାଂସଦ ମାସ୍କ ପରିଧାନ କରି ନ ଥିଲେ କି ସେଠାରେ ସାମାଜିକ ଦୂରତ୍ୱ ରକ୍ଷା କରାଯାଇ ନ ଥିଲା । ଏହାକୁ ନେଇ ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀଙ୍କ ମଧ୍ୟ ଚିଠି ମାଧ୍ୟମରେ ଅବଗତ କରାଇବା ସହ ତାଙ୍କ ସାଂସଦଙ୍କୁ ତାଗିଦ କରିବାକୁ ଅନୁନୋଧ କରିଥିଲେ ।
previous post