ଭାରତ

 ୬ଟି ସ୍କୁଲକୁ ବମରେ ଉଡାଇବାକୁ ଧମକ

(ଦିଲ୍ଲୀ) : ଦିଲ୍ଲୀର ୬ଟି ସ୍କୁଲକୁ ବମରେ ଉଡାଇବାକୁ ଧମକ । ଦିଲ୍ଲୀ ପବ୍ଲିକ୍ ସ୍କୁଲ୍, ମଦର ମେରି ଏବଂ ସଂସ୍କୃତି ବିଦ୍ୟାଳୟରେ ଯେକୌଣସି ମୁହୂର୍ତ୍ତରେ ଫୁଟିପାରେ ବୋଲି ଧମକପୂର୍ଣ୍ଣ ଇ-ମେଲ୍ ଆସିବା ପରେ ସକାଳୁ ସ୍କୁଲ ପରିସରକୁ ଖାଲି କରାଯିବା ସହ ପୋଲିସ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।

ସୂଚନାନୁଯାୟୀ , ବମର ସନ୍ଧାନ ମିଳି ପାରି ନାହିଁ । ଦ୍ୱାରକାସ୍ଥିତ DPS, ମୟୂରବିହାରସ୍ଥିକ ମଦର ମ୍ୟାରି ସ୍କୁଲ, ନୂଆଦିଲ୍ଲୀର ସଂସ୍କୃତି ସ୍କୁର, ବସନ୍ତକୁଞ୍ଜସ୍ଥିତ DPS ସ୍କୁଲ, ଦକ୍ଷିଣ ପଶ୍ଚିମ ଜିଲ୍ଲାରେ ଥିବା DAV ସ୍କୁଲ, ପୁଷ୍ପବିହାରସ୍ଥିତ AMITY ସ୍କୁଲକୁ ଧମକ ମିଳିଥିବା ନେଇ ସୂଚନା ରହିଛି । ଆଜି ସକାଳ ୬ଟାରେ ପ୍ରଥମେ DPS ସ୍କୁଲ ପକ୍ଷରୁ ଅଗ୍ନିଶମ ବିଭାଗକୁ ଫୋନ କରି ଏନେଇ ସୂଚନା ଦିଆଯାଇଥିଲା । ନିର୍ବାଚନ ତାରିଖ ଏହା ପରେ ଘଟଣାସ୍ଥଳରେ ତୁରନ୍ତ ପୋଲିସ, ଅଗ୍ନିଶମ କର୍ମଚାରୀ ଏବଂ ବମ୍ ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ, ଛାନଭିନ କରିବା ପରେ କୌଣସି ସ୍ଥାନରେ ମଧ୍ୟ ବମର ସନ୍ଧାନ ମିଳି ନଥିଲା ।

Related posts

କାବୁ ହେଲା ମଣିଷଖିଆ କଲରାପତ୍ରିଆ

mahabharatanews

ଆତଙ୍କବାଦୀଙ୍କ ଗୁଳିମାଡ଼ରେ ସେନା ଯବାନ ଆହତ

mahabharatanews

ସନ୍ଧ୍ୟା ୭ଟାରେ ପହଞ୍ଚିବେ ବାଇଡେନ, ହୋଇଛି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

mahabharatanews

Leave a Comment