ଭାରତ

ହେମାମାଳିନୀଙ୍କ ସହ ଲଢ଼ିବେ ବିଜେନ୍ଦର

(ମଥୁରା) : ମଥୁରା ଲୋକସଭା ଆସନରୁ ଆନ୍ତର୍ଜାତୀୟ ବକ୍ସର ବିଜେନ୍ଦର ସିଂଙ୍କୁ ଟିକେଟ୍ ଦେଇ କଂଗ୍ରେସ ନିର୍ବାଚନ ପ୍ରତିଯୋଗିତାକୁ ଅତ୍ୟନ୍ତ ରୋମାଞ୍ଚକର କରିଛି। ଅନ୍ୟପଟେ ଏହି ଆସନରୁ ବିଜେପି ପୁଣି ଅଭିନେତ୍ରୀ ହେମାମାଳିନୀଙ୍କୁ ଟିକେଟ୍ ଦେଇଛି । ସେ ଲଗାତାରା ଦୁଇ ଦୁଇ ଥର ଏହି ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇସାରିଛନ୍ତି ।
ସୂଚନାନୁଯାୟୀ , ଏହି ମିଳିତ ମଞ୍ଚ ଅଧୀନରେ କଂଗ୍ରେସ ୧୭ଟି ଲୋକସଭା ଆସନରେ ନିର୍ବାଚନ ଲଢିବ । ଏହି ୧୭ଟି ଆସନ ମଧ୍ୟରୁ ଦଳ ଏପର୍ଯ୍ୟନ୍ତ ୧୩ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବାବେଳେ ଚାରିଟି ଆସକୁ ନେଇ ଆଲୋଚନା ଜାରି ରହିଛି । ନିର୍ବାଚନ ତାରିଖ ମଥୁରା ଲୋକସଭା ଆସନ ପାଇଁ ମତଦାନ ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥାତ୍ ୨୫ ଏପ୍ରିଲରେ ଅନୁଷ୍ଠିତ ହେବ ଏବଂ ଜୁନ୍ ୪ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ।

Related posts

କେଜ୍ରିୱାଲଙ୍କୁ ଭେଟିବା ପାଇଁ ଭଗବନ୍ତଙ୍କୁ ଅନୁମତି 

mahabharatanews

ଅଲ ଇଂଲଣ୍ଡ ସୁପର ୧୦୦ ବ୍ୟାଡମିଣ୍ଟନ ଟାଇଟଲ ହାସଲ ନେଇ ମଉଳିଲା ଲକ୍ଷ୍ୟଙ୍କ ସ୍ୱପ୍ନ

mahabharatanews

ଯଦି ହିନ୍ଦୁ ବଞ୍ଚିବେ ନାହିଁ ତେବେ ବିଶ୍ବ ବଞ୍ଚିବ ନାହିଁ- ମୋହନ ଭାଗବତ

mahabharatanews