ଓଡିଶା

ପ୍ରବଳ ବର୍ଷା ଯୋଗୁଁ ଭାଙ୍ଗିଲା ବ୍ରିଜ୍

କନ୍ଧମାଳ: ବର୍ଷା ଯୋଗୁଁ ଭାଙ୍ଗିଲା ପୋଲ। ଏ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଗୋଛାପଡା ପଞ୍ଚାୟତରେ । ସୂଚନାନୁସାରେ , ଗତ ଦୁଇ ଦିନ ମଧ୍ୟରେ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ କେତେକ ରାସ୍ତା ସହ ଛୋଟ ବଡ଼ ବ୍ରିଜ କ୍ଷତିଗ୍ରସ୍ତ ହୋଇଛି। ଫିରିଙ୍ଗିଆ ବ୍ଲକର ଗୋଛାପଡା ପଞ୍ଚାୟତଠାରୁ ବନ୍ଦୁଲି ଛକ ରାସ୍ତା ଦେଇ ଲଦା ଗାଁ ପର୍ଯ୍ୟନ୍ତ ଯାଇଥିବା ଆର.ଡ଼ି ରାସ୍ତାର ଗୋଟିଏ ବ୍ରିଜ ଭାଙ୍ଗିଯାଇଛି। ଫଳରେ ବନ୍ଦୁଲିଠାରୁ ଲଦା ଗାଁକୁ ଚାରିଚକିଆ ଗାଡ଼ି ଚଳାଚଳ ସମ୍ପୂର୍ଣ ବନ୍ଦ ହୋଇଯାଇଛି।

ରାସ୍ତାରେ ପଡ଼ୁଥିବା ବଡେଡ଼ି ନଦୀ ଉପରେ ନିର୍ମିତ ବ୍ରିଜର ଅର୍ଦ୍ଧାଧିକ ଅଂଶ ନଦୀର ବଢ଼ି ପାଣିରେ ଭାଙ୍ଗିଯାଇଛି। ଫଳରେ ସେହି ରାସ୍ତାରେ ଚାରି ଚକିଆ ଗାଡ଼ି ଚଳାଚଳ ଠପ୍ ହୋଇଛି। ଭଙ୍ଗା ପୋଲ ପାର୍ଶ୍ୱରେ ୨ରୁ ୩ ଫୁଟ ରାସ୍ତା ରହିଯାଇଥିବାରୁ ସେହି ରାସ୍ତାରେ ବିପଦ ସଂକୁଳ ଭାବେ ଗାଁ ଲୋକେ ଯାଆସ କରୁଛନ୍ତି। ନାନା ଅସୁବିାଧର ସମ୍ମୁଖୀନ ହେଉଛନ୍ତି ଗାଁ ଲୋକେ। ତେଣୁ ତୁରନ୍ତ ଭଙ୍ଗା ବ୍ରିଜର ମରାମତି ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ତେବେ କେବେ ପ୍ରଶାସନ ଶୁଣିବା ତାହା ଦେଖିବାକୁ ବାକି ରହିଲା ।

Related posts

ଶ୍ରୀମନ୍ଦିରରେ ଚତୁର୍ଦ୍ଧାବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ

mahabharatanews

ମହୁ ମାଛି ନେଇଗଲା ୨ଜଣଙ୍କ ଜୀବନ

mahabharatanews

SI ପରୀକ୍ଷା କେଳେଙ୍କାରୀରେ ୩ ଆଇପିଏସ୍ କରାଯିବ ପଚରାଉଚରା

mahabharatanews