ଅପରାଧ

ସୈତାନ ପାଲଟିଗଲା ଭାଇ, ଭଉଣୀକୁ ତଣ୍ଟି ଚିପି ହତ୍ୟା କଲା

ଭାଇ ପାଲଟିଗଲା ସୈତାନ । ଭଉଣୀକୁ ସୁରକ୍ଷା ଦେବା ବଦଳରେ ନିଜ ହାତରେ ତଣ୍ଟି ଚିପି ମାରିଦେଲା । ମେରଟରୁ ଏଭଳି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି  । ହତ୍ୟାକାଣ୍ଡର ଭିଡିଓ  ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ନଙ୍ଗଲା ଶେଖୁ ଗାଁରେ ବସବାସ କରୁଥିବା ନାବାଳିକାଙ୍କ ସରୁରପୁର ଅଞ୍ଚଳର ଜଣେ ଯୁବକଙ୍କ ସହ ପ୍ରେମସମ୍ପର୍କ ଥିଲା। ତିନିମାସ ପୂର୍ବେ ନାବାଳିକା ତାଙ୍କ ପ୍ରେମିକଙ୍କ ସହିତ ଘରୁ ଫେରାର ହୋଇ ଯାଇଥିଲେ। ଏହାପରେ ପରିବାରବର୍ଗ ଯୁବକଙ୍କ ବିରୋଧରେ ଅପହରଣ ମାମଲା ରୁଜୁ କରିଥିଲେ।

ପୁଲିସ ନାବଳିକାଙ୍କୁ ଉଦ୍ଧାର କରି ପରିବାରଲୋକଙ୍କୁ ହସ୍ତାନ୍ତର କରି ଯୁବକଙ୍କୁ ଜେଲକୁ ପଠାଇ ଦେଇଥିଲା। କିଛିଦିନ ତଳେ ଯୁବକଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା।

ଏହାପରେ ଉକ୍ତ ପ୍ରେମୀଯୁଗଳ କଥାବାର୍ତ୍ତା ‌ହୋଇ ପୁଣି ଘରୁ ଫେରାର ହୋଇଯିବାକୁ ଯୋଜନା କରିଥିଲେ। ନାବାଳିକା ତାଙ୍କ ପ୍ରେମିକ ସହିତ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଭାଇକୁ କୌଣସି ସୂତ୍ରରୁ ଖବର ମିଳି ଯାଇଥିଲା। ସେ ଭଉଣୀକୁ ଖୋଜିଖୋଜି ଆସୁଥିବା ବେଳେ ରାସ୍ତାରେ ତାକୁ ପାଇ ଯାଇଥିଲା। ଭଉଣୀକୁ ତାର ପ୍ରେମିକ ପାଖରୁ ଛଡ଼ାଇ ନିସ୍ତୁକମାଡ଼ ମରିବା ସହିତ ଗାଳିଗୁଲଜ କରିଥିଲା। ଏତିକିରେ ତାର ମନ ବୁଝି ନଥିଲା ଯେ ସେ ବିଚରାସ୍ତାରେ ଲୋକଙ୍କ ଗହଳି ଭିତରେ ଭଉଣୀର ତଣ୍ଠି ଚିପି ହତ୍ୟା କରି ଦେଇଥିଲା।

Related posts

ଅଟା ମିଲକୁ ବୋମା ତିଆରି ମେସିନରେ ପରିଣତ କରିଥିଲେ ଆତଙ୍କବାଦୀ

mahabharatanews

ହତ୍ୟା ଘଟଣାକୁ ୧୩ ମାସ ବିତିଯାଇଥିଲେ ବି ପୋଲିସର ହାତ ଖାଲି

mahabharatanews

କାର୍ ଧକ୍କାରେ ଚାଲିଗଲା ଯବାନଙ୍କ ଜୀବନ, ଅଭିଯୁକ୍ତ କାର ଡ୍ରାଇଭରକୁ ଗିରଫ କଲା ପୋଲିସ

mahabharatanews