ଭାରତ

୧୦ଲକ୍ଷରୁ ୨୦ ଲକ୍ଷକୁ ବଢ଼ିଲା ମୁଦ୍ରା ଲୋନ୍

ନୂଆଦିଲ୍ଲୀ: ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସପ୍ତମ ଥର ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ଏହା ହେଉଛି ପ୍ରଥମ ବଜେଟ୍। ଏହି ବଜେଟରେ ଅର୍ଥମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ଏହି ବଜେଟରେ ମୁଦ୍ରା ଲୋନ୍ ପାଇଁ ଦିଆଯାଇଥିବା ପରିମାଣ ୧୦ ଲକ୍ଷରୁ ୨୦ ଲକ୍ଷକୁ ବୃଦ୍ଧି କରାଯାଇଛି। ପ୍ରଧାନ ମନ୍ତ୍ରୀ ଯୋଜନା (PMMY) ଅଧୀନରେ ଲୋକମାନେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ନେବାକୁ ସୁବିଧା ପାଇଥିଲେ। କିନ୍ତୁ ବର୍ତ୍ତମାନ ସରକାର ଏହି ସୀମାକୁ ୧୦ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହି ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୮  ଏପ୍ରିଲ ୨୦୧୫ ରେ ଆରମ୍ଭ କରିଥିଲେ ।

ନିର୍ମଳା ତାଙ୍କ ଭାଷଣରେ କହିଛନ୍ତି, ଯେଉଁମାନେ ପୂର୍ବରୁ ମୁଦ୍ରା ଲୋନ ନେଇ ତାକୁ ପରିଶୋଧ କରିଛନ୍ତି ସେମାନଙ୍କ ପାଇଁ ମୁଦ୍ରା ଲୋନ ବୃଦ୍ଧି କରାଯାଇ ୨୦ ଲକ୍ଷ ଟଙ୍କା କରାଯାଇଛି । ମୁଦ୍ରା ଲୋନ ଏକ ସରକାରୀ ଯୋଜନା । ଯେଉଁ ମାଧ୍ୟମରେ ଉଦ୍ଦ୍ୟୋଗୀମାନଙ୍କୁ ଋଣ ପ୍ରଦାନ କରାଯାଇଥାଏ । ଏହା ଅଧୀନରେ ୩ଟି ଶ୍ରେଣୀ ରହିଛି । ଶିଶୁ( ୫୦ ହଜାର ଟଙ୍କା), କିଶୋର(୫୦ ହଜାରରୁ ୫ ଲକ୍ଷ ଟଙ୍କା), ତରୁଣ(୫ରୁ ୧୦ ଲକ୍ଷ ଟଙ୍କା) ।

Related posts

ବର୍ଷା ବିପର୍ଯ୍ୟୟ : ହିମାଚଳପ୍ରଦେଶରେ ନଷ୍ଟ ହୋଇଗଲା ୧୨୪ଟି ରାସ୍ତା  

mahabharatanews

ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଆଉ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ

mahabharatanews

ମୁମ୍ବାଇରେ ଚାର୍ଟାର୍ଡ ପ୍ଲେନ୍ ଦୁର୍ଘଟଣା ଗ୍ରସ୍ତ 

mahabharatanews