ଭାରତ

INS ବ୍ରହ୍ମପୁତ୍ରରେ ଅଗ୍ନିକାଣ୍ଡ ଘଟଣା, ରାଜନାଥଙ୍କୁ ଭେଟିଲେ ନୌସେନା ମୁଖ୍ୟ

ନୂଆଦିଲ୍ଲୀ: INS ବ୍ରହ୍ମପୁତ୍ରରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣା ସମ୍ପର୍କରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟି ସ୍ଥିତି ସଂପର୍କରେ ଅବଗତ କରାଇଛନ୍ତି ନୌସେନା ମୁଖ୍ୟ ଆଡମିରାଲ୍ ଦିନେଶ କେ. ତ୍ରିପାଠୀ। ରାଜନାଥ ନିଖୋଜ ନାବିକଙ୍କ ନିରାପତ୍ତା ପାଇଁ ପ୍ରାର୍ଥନା କରିବା ସହିତ ଉଚିତ କାର୍ଯ୍ୟାନୁଷ୍ଠାନ ନେବାକୁ ନୌସେନା ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ ରବିବାର ମୁମ୍ବାଇର ନୌସେନା ଡକ୍ୱାର୍ଡରେ ମରାମତି ଚାଲିଥିବା ଏକ ଭାରତୀୟ ନୌସେନା ଯୁଦ୍ଧ ଜାହାଜରେ ନିଆଁ ଲାଗିଯାଇଛି। ଏହି ଘଟଣାରେ ଜଣେ ଜୁନିଅର ନାବିକ ନିଖୋଜ ଅଛନ୍ତି ଏବଂ ଉଦ୍ଧାରକାରୀ ଦଳ ତାଙ୍କୁ ଖୋଜୁଥିବା ନେଇ ସେନା ପକ୍ଷରୁ ସୂଚନା ମିଳିଛି। ଜାହାଜର କ୍ରୁ ସଦସ୍ୟ ଓ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ସକ୍ଷମ ହୋଇଛନ୍ତି। ନିଆଁ ଆୟତ୍ତ ହେବା ପରେ ଯାଞ୍ଚ ଓ ଅନ୍ୟାନ୍ୟ କାମ କରାଯାଇଛି। ଜଣେ ଜୁନିଅର ନାବିକଙ୍କ ଛାଡିଦେଲେ ଅନ୍ୟ ସମସ୍ତ କର୍ମଚାରୀଙ୍କୁ ଚିହ୍ନଟ କରାଯାଇଛି।

Related posts

ବଢିବାରେ ଲାଗିଛି କରୋନା ସଂକ୍ରମଣ , ଦୈନିକ ସଂକ୍ରମଣ ୬ ହଜାର ପାର କରିଛି

mahabharatanews

ଅଜଣା ରୋଗରେ ଗଲାଣି ୩ମୁଣ୍ଡ

mahabharatanews

ହେମନ୍ତଙ୍କୁ କୋର୍ଟରେ ହାଜର କରିବ ଇଡି 

mahabharatanews