bharatଭାରତ

Union Budget 2024 : ଆନ୍ଧ୍ର ଓ ବିହାର ପାଇଁ ଭଣ୍ଡାର ଖୋଲିଦେଲେ ସରକାର

ସ୍ୱତନ୍ତ୍ର ମାନ୍ୟତା ସିନା ମିଳିଲାନି, କିନ୍ତୁ ବଜେଟରେ ଆନ୍ଧ୍ର ଓ ବିହାର ପାଇଁ ଭଣ୍ଡାର ଖୋଲିଦେଲେ କେନ୍ଦ୍ର ସରକାର । ଆନ୍ଧ୍ରପ୍ରଦେଶର ଟିଡିପି ଓ ବିହାରର ଜେଡିୟୁ କେନ୍ଦ୍ରରେ ମୋଦୀଙ୍କୁ ସରକାର ଗଠନ କରିବାରେ ସାହାଯ୍ୟ କରିଥିବାରୁ ଏହି ୨ଟି ରାଜ୍ୟର ସରକାରଙ୍କୁ ଖୁସି କରାଇଛନ୍ତି ଅର୍ଥମନ୍ତ୍ରୀ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ କେନ୍ଦ୍ର ବଜେଟ୍ ଉପସ୍ଥାପନ କରୁଛନ୍ତି। ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ତୃତୀୟ କାର୍ୟ୍ୟକାଳର ପ୍ରଥମ ବଜେଟ୍। ଏହି ବଜେଟରେ ବିହାର ଏବଂ ଆନ୍ଧ୍ରପ୍ରଦେଶକୁ ଏକ ବିଶେଷ ଉପହାର ଦିଆଯାଇଛି। ଅର୍ଥମନ୍ତ୍ରୀ କହିଛନ୍ତି ଯେ ବିହାରର ବୋଧଗୟା, ରାଜଗିର, ବୈଶାଳୀ ଏବଂ ଦରଭଙ୍ଗା ଠାରେ ସଡକ ସଂଯୋଗ ପ୍ରକଳ୍ପର ବିକାଶ କରାଯିବ। ଏଥି ସହିତ ଆନ୍ଧ୍ରପ୍ରଦେଶକୁ ୧୫,୦୦୦ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ।

ଆନ୍ଧ୍ରପ୍ରଦେଶକୁ ୧୫,୦୦୦ କୋଟି ଟଙ୍କା
ଆନ୍ଧ୍ରପ୍ରଦେଶର ରାଜଧାନୀ ଅମରାବତୀର ବିକାଶ ପାଇଁ ପ୍ରାୟ ୧୫,୦୦୦କୋଟି ଟଙ୍କା ଦିଆଯିବ ବୋଲି ଘୋଷଣା କରିଛନ୍ତି ସୀତାରମଣ। ଏହି ଘୋଷଣା ରାଜ୍ୟ ସରକାରଙ୍କ ଏକ ପ୍ରମୁଖ ଚାହିଦା ପୂରଣ କରିଛି। ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ପାଇଁ ପଦକ୍ଷେପ ନିଆଯିବ। ସୀତାରମଣ କହିଛନ୍ତି, ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଆଇନରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଆମ ସରକାର ଉଦ୍ୟମ କରିଛନ୍ତି ପୂର୍ବ ବଜେଟ୍ ବୈଠକରେ ଆନ୍ଧ୍ରପ୍ରଦେଶର ଏକମାତ୍ର ରାଜଧାନୀ ଭାବରେ ଅମରାବତୀର ନିର୍ମାଣ ତଥା ବିକାଶ ପାଇଁ ୧୫,୦୦୦ କୋଟି ଟଙ୍କାର ଅନୁଦାନ ମାଗିଥିଲେ ରାଜ୍ୟ ସରକାର।

ବିହାରକୁ କ’ଣ କ’ଣ ମିଳିଲା ?
ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ ହେବ। ନୂଆ ଏୟାରପୋର୍ଟ, ମେଡିକାଲ କଲେଜ ପାଇଁ ଅନୁଦାନ ମିଳିବ। ବୋଧଗୟା, ରାଜଗିର, ବୈଶାଳୀ ଓ ଦରଭଙ୍ଗା ଠାରେ ସଡ଼କ ସଂଯୋଗ ପ୍ରକଳ୍ପର ବିକାଶ କରାଯିବ। ବିହାର ପାଇଁ ସରକାର ଆର୍ଥିକ ସହାୟତା ବ୍ୟବସ୍ଥା କରିବେ। ସଡ଼କ ନିର୍ମାଣ ପାଇଁ ୨୬,୦୦୦ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।

Related posts

ଦିଲ୍ଲୀରେ ୪୦ ଡିଗ୍ରୀ ପାର କଲା ତାତି

mahabharatanews

ମଣିପୁର ହିଂସା: ପୁଣି କର୍ଫ୍ୟୁ ଲାଗୁ

mahabharatanews

ମଣିପୁରରେ ସ୍ଥିତି ଜଟିଳ; ସଟ୍‌ଡାଉନ୍‌ ଘୋଷଣା 

mahabharatanews